କଟକରେ କରୋନା ଆକ୍ରାନ୍ତଙ୍କ ଉନ୍ମତକାଣ୍ଡ

କଟକ, ୫/୭(ଓଡ଼ିଶା ଭାସ୍କର): ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା  ପ୍ରତିଦିନ ବଢିବାରେ ଲାଗିଛି। ଏହା ବର୍ତମାନ ସମସ୍ତିଙ୍କର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି। ଏହାରି ମଧ୍ୟରେ ଆଜି କଟକରେ କରୋନା ପଜିଟିଭଙ୍କ ଉନ୍ମତକାଣ୍ଡ ଦେଖିବକୁ ମିଳିଛି।ମେଡିକାଲକୁ ନେବା ବେଳେ ଯିବାକୁ  ଆକ୍ରାନ୍ତ ଜଣକ ମନା କରିଥିଲେ। ଏଥିସହିତ ସମସ୍ତଙ୍କୁ ଛୁଇଁ ସଂକ୍ରମିତ କରିବାକୁ ଧମକ ମଧ୍ୟ ଦେଇଥିଲେ। ତାଙ୍କୁ ନେବାକୁ ଆସିଥିବା କୋଭିଡ୍‌ ଯୋଦ୍ଧାଙ୍କୁ ବି ଧମକାଇଥିଲେ ଆକ୍ରାନ୍ତ। ପରେ ମଙ୍ଗଳାବାଗ ପୋଲିସର ହସ୍ତକ୍ଷେପ ପରେ ଆକ୍ରାନ୍ତ ଜଣକ ମେଡିକାଲ ଯାଇଥିବା ସୂଚନା ରହିଛି।