fbpx

ଆସନ୍ତାକାଲିଠାରୁ ବୁର୍ଲା ମେଡ଼ିକାଲରେ ହେବ କରୋନା ଟେଷ୍ଟ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): କରୋନାକୁ ନେଇ ବୁର୍ଲା ମେଡ଼ିକାଲରେ ସମୀକ୍ଷା ବୈଠକ ହୋଇଥିଲା ।  ଏହି ସମୀକ୍ଷା ବୈଠକ ଶେଷ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆସନ୍ତାକାଲିଠାରୁ ବୁର୍ଲାରେ କରୋନା ଟେଷ୍ଟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୪୫ଜଣଙ୍କ ଟେଷ୍ଟ କରାଯିବ । ଆଗକୁ ବୁର୍ଲାରେ ଟେଷ୍ଟିଂର ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ୍ । ଏହାର ପ୍ରଭାବ ଦେଶ ଓ ରାଜ୍ୟରେ ପଡ଼ିଛି । ଦେଶରେ ବତ୍ତର୍ମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୪୮୦କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ୩୭୮ରେ ପହଞ୍ଚିଛି । ସେହିପରି ରାଜ୍ୟରେ ୬୦ଜଣ କରୋନା ପଜିଟିଭ୍ ବାହାରିଥିଲା । ସେମାନଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ରାଜ୍ୟରେ କରୋନା ସକ୍ରିୟଙ୍କ ସଂଖ୍ୟା ୩୮ରେ ଅଛି । ତେଣୁ ଅଧିକରୁ ଅଧିକ ଟେଷ୍ଟିଂ  କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.