fbpx

ଆରମ୍ଭ ହେଲା କରୋନା ଟିକାକରଣ ଡ୍ରାଏ ରନ୍

Advertisement

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଆଜିଠାରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ ଡ୍ରାଏ ରନ । ଦେଶର ମୋଟ ୭୩୬ଟି ଜିଲ୍ଲାରେ ଡ୍ରାଏ ରନ ଆରମ୍ଭ ହୋଇଛି । ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ରିହସସାଲ କରାଯାଇଛି ।

ତେବେ କରେନା ଟିକାକରଣ ପୂର୍ବରୁ ଦେଶର ସବୁ ଜିଲ୍ଲାରେ ମହାଅଭ୍ୟାସ କରାଯାଇଛି । ସବୁ ଜିଲ୍ଲା ପୌର ନିଗମରେ ୨ ଘଣ୍ଟା ପାଇଁ ଏହି ଡ୍ରାଏ ରନ ଚାଲିବ । ଗୋଟିଏ ସିଏଚସି ବା ପିଏଚସିରେ ହେବ ଟିକାକରଣ ଡ୍ରାଏ ରନ । ପ୍ରତି ଜିଲ୍ଲାର ୩ଟି ମେଡିକାଲରେ କରୋନା ଟିକାର ଡ୍ରାଏ ରନ ଚାଲିବ । ଆସନ୍ତା ସପ୍ତାହରୁ ଟିକାକରଣ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.