fbpx
BSKY SKY
BSKY SKY

କରୋନା ଭ୍ୟାକ୍ସିନରେ ଭଲ ହେଉଛି ପାରାଲିସିସ୍, ଏକ ଘଣ୍ଟାରେ ରୋଗୀ ସୁସ୍ଥ ହେଉଛି ବୋଲି ଦାବି କଲେ ଯୁବକ

BSKY

ନୂଆଦିଲ୍ଲୀ: ଦେଶରେ ଲୋକମାନେ କରୋନାର ତୃତୀୟ ଲହର ଓ ନୂଆ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଥିବା ବେଳେ ଏକ ଚମତ୍କାର ଘଟଣା ସାମନାକୁ ଆସିଛି । କରୋନା ଟିକା ପକ୍ଷାଘାତ ରୋଗ ଭଲ କରିଦେଉଥିବା ନେଇ ମଧ୍ୟପ୍ରଦେଶର ଜଣେ ଯୁବକ ଦାବି କରିଛନ୍ତି । ଜଣେ ବ୍ୟକ୍ତି କିଛି ମାସ ଧରି ପାରାଲିସିସରେ ଆକ୍ରାନ୍ତ ଥିବା ବେଳେ ରୋଗ ଭଲ ହେଉ ନଥିଲା । ତେବେ କରୋନା ଟିକା ନେବା ଏବେ ସେ ସୁସ୍ଥ ହୋଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ରାଜଗଡ ଜିଲ୍ଲାର ସାରଙ୍ଗପୁରରେ ରହୁଥିବା ଅବଦୁଲ ମଜିଦ୍ ଖାନ ଗତକାଲି ସକାଳେ କରୋନା ଟିକା ନେଇଥିଲେ । ପୂର୍ବରୁ ସେ କଥା କହି ପାରୁନଥିଲେ । ତେବେ ଟିକା ନେବାର ଏକ ଘଣ୍ଟା ମଧ୍ୟରେ ଅବଦୁଲ କଥା କହିବା ସହ ତାଙ୍କର ପାରାଲିସିସ୍ ରୋଗ ଭଲ ହୋଇଯାଇଛି । ଟିକା ନେବା ପରେ ତାଙ୍କର ପୂର୍ବରୁ ଅକାମି ଥିବା ସବୁ ଅଙ୍ଗ ଧିରେ ଧିରେ କାମ କରିବା ଆରମ୍ଭ କରିଦେଇଥିଲା । ଟିକା ନେବା ପରେ ତାଙ୍କର ୭୫ ପ୍ରତିଶତ ପାରାଲିସିସ୍ ରୋଗ ଭଲ ହୋଇଯାଇଥିଲା । ତେବେ ଟିକା ତାଙ୍କ ପାଇଁ ବରଦାନ ସଦୃଶ ହୋଇଛି ବୋଲି କହିଛନ୍ତି ଅବଦୁଲ । ତେଣୁ ପକ୍ଷାଘାତରୁ ରକ୍ଷା ପାଇବା ପାଇଁ ସେ ଟିକା ନେବାକୁ ଲୋକଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ତେବେ ଏହି ଘଟଣା ନେଇ ରାଜଗଡ ଜିଲ୍ଲା ହସ୍ପିଟାଲର ଡାକ୍ତର କହିଛନ୍ତି ଯେ, ଅବଦୁଲ କରୋନା ଟିକା ନେଇଥିଲେ । ଅବଦୁଲଙ୍କ ପକ୍ଷାଘାତ ରୋଗ ଟିକା ପାଇଁ ଭଲ ହୋଇଥାଇପାରେ, ତେବେ ଏନେଇ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଥିବା ଡାକ୍ତର କହିଥିଲେ ।

Get real time updates directly on you device, subscribe now.