fbpx

ତିନି ବର୍ଷରୁ ଫେରାର ଥିଲେ ପ୍ରେମୀଯୁଗଳ: କରୋନା ଭାକ୍ସିନ ଖୋଜିଦେଲା ଠିକଣା

ନୂଆଦିଲ୍ଲୀ: କରୋନା ଭାକ୍ସିନକୁ ନେଇ କାହାଣୀ ଶୁଣିବାକୁ ମିଳୁଛି । ଅନେକ ଲୋକ ଭାକ୍ସିନ ନେବାକୁ ମନାକରୁଥିବାର ମଧ୍ୟ ଦେଖାଯାଇଛି । ଏମିତିକି ଭାକ୍ସିନ ସମୟର ମଜାଦାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଯୋଧପୁରରୁ ଭାକ୍ସିନକୁ ନେଇ ଯେଉଁ କାହାଣୀ ସାମ୍ନାକୁ ଆସିଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ପୋଲିସ ଖୋଜୁଥିବା ଦମ୍ପତିଙ୍କୁ କରୋନା ଭାକ୍ସିନ ଦ୍ୱାରା ଖୋଜିପାରିଛି ।

ରାଜସ୍ଥାନ ମଗରା ପୁଞ୍ଜଲାର ଗାନ୍ଧୀ ନଗରର ଜଣେ ଯୁବକ ୨୦୧୯ରେ ନିଜ ପଡ଼ୋଶୀରେ ଜଣେ ଯୁବତୀଙ୍କ ପ୍ରେମରେ ଘର ଛାଡ଼ି ପଳାଇଆସିଥିଲେ । ଏହାପରେ ପରିଜନମାନେ ଯୁବକ-ଯୁବତୀଙ୍କ ନିଖୋଜ ନେଇ ପୋଲିସ ଥାନାରେ ମାମଲା ରୁଜୁ କରିଥିଲେ । ୟୁପି, ହରିୟାଣା ଏବଂ ଦିଲ୍ଲୀରେ ଖୋଜାଯାଇଥିଲା କିନ୍ତୁ ତାଙ୍କର ପତ୍ତା ମିଳିନଥିଲା । ଯୁବକ ଜୋମାଟାରେ କାମ କରୁଥିଲେ କିନ୍ତୁ ସେଠାରୁ ମଧ୍ୟ କୌଣସି ସହାୟତା ପୋଲିସକୁ ମିଳିନଥିଲା । ପାଲିସ ସେମାନଙ୍କୁ ଖୋଜିବାରେ ଅସଫୟଳ ହୋଇଥିଲା ଯୁବତୀଙ୍କ ପରିବାର ଲୋକ ରାଜସ୍ଥାନ ହାଇକୋର୍ଟରେ ଏକ ଯାଚିକା ଦାୟର କରିଥିଲେ । ଯାହାର ଶୁଣାଣି କରି ପୋଲିସକୁ ତାଗିଦ କରିଥିଲେ ଏବଂ ଯଥାଶୀଘ୍ର ସେମାନଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୋଲିସ ଅସଫଳ ହୋଇଥିଲା ।

ଏହି କଥାକୁ ତିନି ବର୍ଷ ବିତିଯାଇଥିଲେ । ଏହାରି ମଧ୍ୟରେ ହଠାତ୍ ଦିନେ ଯୁବତୀଙ୍କ ଘର ଲୋକଙ୍କ ପାଖକୁ ଏକ ଲିଙ୍କ ଆସିଥିଲା । ଯେଉଁଥିରେ ଯୁବତୀଙ୍କ ଲୋକେସନ ଚଣ୍ଡୀଗଡ଼ ବୋଲି ଜଣାପଡ଼ିଥିଲା । ପ୍ରକୃତରେ ଯୁବକ-ଯୁବତୀ ଚଣ୍ଡୀଗଡ଼ରେ କରୋନା ଭାକ୍ସିନ ନେଇଥିଲେ । ଆଉ ଯୁବତୀଙ୍କ ଆଧାର ନମ୍ବର ଘର ନମ୍ବର ସହ ଲିଙ୍କ ଥିଲା । ଏମିତିରେ ମେସେଜ ଘର ମୋବାଇଲକୁ ଆସିଥିଲା । ଯେଉଁଥିରେ ତାଙ୍କର ଠିକଣା ଚଣ୍ଡୀଗଡ଼ ରହିଥିଲା । ଉଭୟ ସେଠାରେ ଚାକିରି କରୁଥିଲେ । ପୋଲିସକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ ପରିବାରଲୋକ ଏବଂ ପୋଲିସ ଉଭୟଙ୍କୁ ଯୋଧପୁର ଆଣିଥିଲେ ।

Get real time updates directly on you device, subscribe now.