fbpx

କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ, ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କେତେ ସଂକ୍ରମିତ 

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି । ଏହାରି ମଧ୍ୟରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଅଧିକ ଭୟଙ୍କର ହେବାରେ ଲାଗିଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ରାଜ୍ୟର ଉଜ୍ଜୟନୀ ସହରରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନମୁନା ଟେଷ୍ଟ ପାଇଁ ଜିନୋମ ସିକ୍ୱେନ୍ସ ପାଇଁ ପଠାଯାଇଥିବା ବେଳେ ସେଥିରେ ଡେଲଟା ପ୍ଲସ ଭାରଆଣ୍ଟ ଚିହ୍ନଟ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟର ୫ଟି ନୂଆ ମାମଲା ସାମ୍ନାକୁ ଆସିଛି  । ଯେଉଁଥିରେ ତିନୋଟି ମାମଲା ଭୋପାଳର ଓ ୨ଟି ଉଜ୍ଜୟନୀର ରହିଥିବା ଜଣାପଡିଛି  । ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି  ।

ଡାକ୍ତରଙ୍କ କହିବା ମୁତାବକ, ଉଜ୍ଜୟନୀରେ ୨ଟି ଡେଲଟା ପ୍ଲସ ଭାରଆଣ୍ଟ ଚିହ୍ନଟ ହୋଇଥିଲା । ଟ୍ରେସିଙ୍ଗ କରିବାକୁ ଜଣାପଡିଥିଲା, ସଂକ୍ରମିତ ମହିଳାଙ୍କର ୨୩ ମେ’ରେ ହିଁ ମୃତ୍ୟୁ ହୋଇସାରିଛି । କୁହାଯାଉଛି ଯେ, ମହିଳାଙ୍କ ସ୍ୱାମୀ ପ୍ରଥମେ କରୋନାର ଶିକାର ହୋଇଥିଲେ ଓ ପରେ ସେ ପଜିଟିଭ ହୋଇଥିଲେ । କିନ୍ତୁ ୨ ଜଣଙ୍କ ମଧ୍ୟରୁ ମୃତ ମହିଳା ଜଣକ କରୋନା ଟିକା ନେଇନଥିବା ବେଳେ ତାଙ୍କ ସ୍ୱାମୀ ଟିକା ନେଇଥିଲେ ।

ତେବେ ଭାରତରେ ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ସଂଖ୍ୟା ୪୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଡେଲଟା ପ୍ଲସ୍ ଦ୍ୱାରା ପ୍ରାୟ ୪୦ଜଣ ଭାରତରେ ସଂକ୍ରମିତ ହୋଇଛନ୍ତି । କୋଭିଡ -୧୯ର ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରେ ଅଧିକ ସଂକ୍ରମିତ ରହିଛନ୍ତି ।

Get real time updates directly on you device, subscribe now.