fbpx

ରାଜଧାନୀରେ ‘ମଦ’ର ହେବ ହୋମ ଡେଲିଭରୀ: ଓମିକ୍ରନ ଭୟ ମଧ୍ୟରେ ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଳୀ: ରାଜଧାନୀରେ ମଦ ହେବ ହୋମ ଡେଲିଭରୀ । ଘରେ ବସି ବସି ଅନଲାଇନରେ ମଦ ଅର୍ଡର କରି ପାରିବେ । ପୂର୍ବରୁ କରୋନାର ଦ୍ୱିତୀୟ ଲହର ସମୟରେ ଏମିତି କିଛି ନିଷ୍ପତ୍ତି ନେଇଥିଲେ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ସରକାର । ଓମିକ୍ରନର ପ୍ରଭାବ ବଢୁଥିବାରୁ ସିନେମା ହଲ, ସ୍କୁଲ, କଲେଜ ପ୍ରଭୃତି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏମିତି ପରସ୍ଥିତିରେ ବାହାରେ ଭିଡ କମ କରିବା ପାଇଁ ନାଇଟ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି ।

ଏହା ସହିତ ମଦ ଦୋକାନରେ ଭିଡ କମ କରିବା ପାଇଁ କେବଳ ମଦର ହୋମ୍ ଡେଲିଭରୀ ହେବ ବୋଲି ଘୋଷଣା କରିଛନ୍ତି । କେବଳ ଅନଲାଇନ ଓ ପୋର୍ଟାଲ ଜରିଆରେ ଲାଇସେନ୍ସ ପ୍ରାପ୍ତ ବିକ୍ରେତା ବିକ୍ରି କରି ପାରିବେ ବୋଲି ସରକାର ଘୋଷଣା କରିଛନ୍ତି । ତେବେ କେଉଁ କେଉଁ ଆପରେ ଏହା ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଦିଲ୍ଳୀରେ ପଜିଟିଭିଟି ହାର ୦.୮୯ ପ୍ରତିଶତ ରହିଛି ଯାହାକି ମେ ୩୧ ପରଠାରୁ ସର୍ବାଧିକ । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

Get real time updates directly on you device, subscribe now.