fbpx

ଫେବୃଆରୀ ୬ରୁ ସମସ୍ତ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର,୨ ।୨ (ଓଡିଶା ଭାସ୍କର):  ଫେବୃଆରୀ ୬ରୁ ସମସ୍ଥ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସବୁ ମ୍ୟୁନିସିପାଲ କମିଶନରଙ୍କୁ ମଧ୍ୟ ଚିଠି ଲେଖାଯାଇଛି ।ସ୍ୱାସ୍ଥ୍ୟ ଅନୁଷ୍ଠାନ କୁ ଛାଡି ବିକଳ୍ପ ଟୀକାକରଣ କେନ୍ଦ୍ର କରିବାକୁ ନିର୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ ଙ୍କୁ ଛାଡି ବିକଳ୍ପ ଟୀକାଦାତା ଟିମ ଚିହ୍ନଟ ପାଇଁ ନିର୍ଦେଶ ଦିଆଯାଇଛି ।ସେମାନେ ଯେପରି ଉପଯୁକ୍ତ ତାଲିମ ନେଇପାରିବେ ତାହାର ଧ୍ୟାନ ରଖାଯିବ ।ଟୀକା ଦିଆଯିବାକୁ ଥିବା ଅନୁଷ୍ଠାନ ରେ ଜଣେ ନୋଡାଲ ଅଫିସର ରହିବେ ।

Get real time updates directly on you device, subscribe now.