fbpx

ବିଶ୍ୱର ବିଭିନ୍ନ ଦେଶର ସଂସଦରେ ମହିଳାଙ୍କୁ କେତେ ପ୍ରତିଶତ ସଂରକ୍ଷଣ ମିଳୁଛି: ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

Advertisement

ନୂଆଦିଲ୍ଲୀ: ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସଂସଦର ନୂଆ ବିଲଡିଂରେ ହୋଇଥିବା ଏହି ବୈଠକରେ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । ଦିନ ତମାମ ବିରୋଧାଭାସ ଦେଖିବାକୁ ମିଳିଥିବା ବେଳେ ଶେଷରେ ଏହି ବିଲକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ତେବେ କେନ୍ଦ୍ର କ୍ୟାବିନେଟରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିବା ପରେ ଏବେ ମହିଳାମାନେ ୩୩ ପ୍ରତିଶତ କୋଟା ପାଇବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ବିଶ୍ୱର ବିଭିନ୍ନ ଦେଶର ସଂସଦରେ ମହିଳାଙ୍କୁ କେତେ ପ୍ରତିଶତ କୋଟା ମିଳୁଛି ତାହା ଆମେ ସମସ୍ତେ ଜାଣିବା ନିଶ୍ଚିତ ଆବଶ୍ୟକ । ଦକ୍ଷିଣ ଆଫ୍ରିକାରେ ୪୬ ପ୍ରତିଶତ, ୟୁକେରେ ୩୫ ପ୍ରତିଶତ, ଯୁକ୍ତରାଷ୍ଟ୍ର ଆମେରିକାରେ ୨୯ ପ୍ରତିଶତ, ଚୀନରେ ୨୫ ପ୍ରତିଶତ, ବାଂଲାଦେଶରେ ୨୧ ପ୍ରତିଶତ, ପାକିସ୍ତାନରେ ୨୦ ପ୍ରତିଶତ, ବ୍ରାଜିଲରେ ୧୮ ପ୍ରତିଶତ, ଜାପାନରେ ୧୦ ପ୍ରତିଶତ, ଶ୍ରୀଲଙ୍କାରେ ୫ ପ୍ରତିଶତ ସଂରକ୍ଷଣ ମହିଳାଙ୍କୁ ମିଳୁଛି । ସଂସଦରେ ୨୦୨୨ ମସିହାରେ ମହିଳାଙ୍କ ସିଟକୁ ନେଇ ବିଶ୍ୱ ବ୍ୟାଙ୍କର ଏକ ତଥ୍ୟରୁ ଜଣାପଡ଼ିଛି । ଏବେ ଭାରତର ସଂସଦରେ ମହିଳାଙ୍କ କୋଟା ୧୫ ପ୍ରତିଶତରୁ କମ୍ ରହିଛି ।

ସୂଚନାଯୋଗ୍ୟ ଯେ, ଲୋକସଭାର ମୋଟ ୫୪୩ ସାଂସଦଙ୍କୁ ମଧ୍ୟରୁ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଯାଇଛନ୍ତି । ରାଜ୍ୟସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୪ ପ୍ରତିଶତ ରହିଛି । ଦେଶର ୧୦ଟି ରାଜ୍ୟର ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି । ସେହି ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ, ମଣିପୁର, ମେଘାଳୟ, ଓଡ଼ିଶା, ସିକିମ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା ଓ ପୁଡ଼ୁଚେରୀ ସାମିଲ ରହିଛନ୍ତି ।

Get real time updates directly on you device, subscribe now.