fbpx
BSKY SKY
BSKY SKY

ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ

BSKY

ନୂଆଦିଲ୍ଲୀ: ଆଜି ଦେଶ ପାଳନ କରୁଛି ୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତୀୟ ସେନା ନିଜ ଶୌର୍ଯ୍ୟ ଦେଖାଇବେ । ଏଥର ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଚଳିତ ୭୫ତମ ଗଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀର କର୍ତ୍ତବ୍ୟ ପଥ ପ୍ୟାରେଡରେ କିଛି ନୂଆ ଦେଖିବାକୁ ମିଳିବ । ଚଳିତ ବର୍ଷର ଥୀମ୍ ହେଉଛି ଭାରତର ଲୋକତନ୍ତ୍ର ଏବଂ ବିକଶିତ ରାଷ୍ଟ୍ର ନିର୍ମାଣର ସଂକଳ୍ପ । ‘ବିକଶିତ ଭାରତ ଏବଂ ଭାରତ- ଲୋକତନ୍ତ୍ରର ମତୃକା’ ଥୀମ୍ ସହ ଚଳିତ ଗଣତନ୍ତ୍ର ଦିବସ ପ୍ୟାରେଡ୍ ମହିଳା କେନ୍ଦ୍ରିତ ରହିବ । ଚଳିତ ଚଣତନ୍ତ୍ର ଦିବସର ମୁ୍‌ଖ୍ୟ ଅତିଥି ଭାବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ସାମିଲ ହେବେ ।

ପ୍ରଥମ ଥର ପାଇଁ ପ୍ୟାରେଡର ଆରମ୍ଭ ୧୦୦ ମହିଳା କଳାକାରଙ୍କ ଭାରତୀୟ ସଂଗୀତ ବାଦ୍ୟଯନ୍ତ୍ର ପ୍ରଦର୍ଶନ ସହ ହେବ । ପ୍ରତିରକ୍ଷା ସଚିବଙ୍କ କହିବାନୁଯାୟୀ ଚଳିତ ଗଣତନ୍ତ୍ର ଦିବସ ପ୍ୟାରେଡରେ ମହିଳାମାନଙ୍କ ପ୍ରତିନିଧିତ୍ୱ ଦେଖିବାକୁ ମିଳିବ । ଏହି ପ୍ୟାରେଡରେ ଫ୍ରାନ୍ସର ୯୫ ସଦସ୍ୟ ମାର୍ଚିଂ ଦଳ ଏବଂ ୩୩ ସଦସ୍ୟ ବ୍ୟାଣ୍ଡ୍ ଦଳ ଭାଗ ନେବେ । ଏହା ସହ ଭାରତୀୟ ବାୟୁ ସେନାର ବିମାନ ସହ ଏକ ମଲ୍ଟି ରୋଲ ଟ୍ୟାଙ୍କର ଟ୍ରାନ୍ସପୋର୍ଟ(ଏମ୍‌ଆରଟିଟି) ବିମାନ ଏବଂ ଫ୍ରାନ୍ସ ବାୟୁସେନାର ୨ଟି ରାଫେଲ ଲଢ଼ୁଆ ଜେଟ୍ ଫ୍ଲାଇ- ପାଷ୍ଟରେ ଭାଗ ନେବେ । ସେହିପରି ରାଜ୍ୟସ୍ତରୀୟ ପ୍ୟାରେଡ୍ ପାଇଁ ପ୍ରସ୍ତୁତ ଭୁବନେଶ୍ୱରର ଗାନ୍ଧୀମାର୍ଗ । ଦିଲ୍ଲୀର କର୍ତ୍ତବ୍ୟ ପଥ ଏବଂ ଗାନ୍ଧୀମାର୍ଗରେ ‘ରୁପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଗଡ଼ିବ ପ୍ରଜ୍ଞାପନ ମେଢ଼ । ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ଏବଂ ଗୋଟିଏ ନିଗମ ପକ୍ଷରୁ ମୋଟ୍ ୧୩ଟି ମେଢ଼ ଗଡ଼ିବା ନେଇ ସ୍ଥିର ହୋଇଛି ।

Get real time updates directly on you device, subscribe now.