fbpx

ଚପଲରୁ ଆରମ୍ଭ ହେଲା ଲଢେଇ: ମାମୁଲି କଥାରୁ ପଡୋଶୀଙ୍କ ହତ୍ୟା କରିଦେଲେ ଦମ୍ପତ୍ତି

ମୁମ୍ବାଇ: ଠାଣେ ଜିଲ୍ଲା ନୂଆ ନଗର ଥାନା ଅଞ୍ଚଳରୁ ଏକ ଅବିଶ୍ୱସନୀୟ ଘଟଣା ଏବେ ସାମନାକୁ ଆସିଛି । ଦୁଇଟି ପରିବାର ମଧ୍ୟରେ ଦେଖିବାକୁ ମିଳିଛି ଏକ ଭୟଙ୍କର ଝଗଡା । ତେବେ ଏଡି ଝଗଡାର କାରଣ ଖୁବ ଆଶ୍ଚର୍ଯ୍ୟଜନକ ରହିଛି । ତେବେ ଏକ ଛୋଟ କାରଣକୁ ନେଇ ଆରମ୍ଭ ହୋଇଥିବା ଏଡି ଝଗଡା ଶେଷରେ ରକ୍ତପାତରେ ଶେଷ ହୋଇଛି । ପଡେଶୀଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର ହୋଇଛି । ଘର ଅଗଣାରେ ଚପଲ ରଖିବାକୁ ନେଇ ଉଭୟ ପରିବାର ଭିତରେ ଏଭଳି ଏକ ତୁମୁଳ କାଣ୍ଡ ଲାଗିଥିଲା ।

ସୂଚନା ଅନୁସାରେ, ନୂଆ ନଗର ଥାନା ନିରୀକ୍ଷକ ଜିଲାନୀ ସୟଦ କହିଛନ୍ତି ଯେ, ଦମ୍ପତ୍ତି ଏବଂ ପୀଡିତା ପାୟତଃ ପରସ୍ପରଙ୍କ ଉପରେ ସମାନ ଅଭିଯୋଗ ଆଣିଥାନ୍ତି । ଘର ସାମନାରେ ଚପଲ ରଖିବାକୁ ନେଇ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ଲାଗି ରହିଥାଏ । ଶନିବାର ମଧ୍ୟ ଏହି ଘଟଣାକୁ ନେଇ ଦୁଇ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା । କିନ୍ତୁ ଏହି ଝଗଡା ହଠାତ ରକ୍ତପାତରେ ପରିଣତ ହୋଇଯାଇଛି । ଉଭୟଙ୍କ ମଧ୍ୟରେ ଏହି ବିବାଦ ହତ୍ୟାରେ ପରିଣତ ହୋଇଛି । ଝଗଡା ପରେ ଅଭିଯୁକ୍ତ ରାଗରେ ପଡୋଶୀ ଅଫସର ଖତ୍ରୀଙ୍କୁ ପିଟି ଦେଇଥିଲା । ଫଳରେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ଅଭିଯୁକ୍ତ ମହିଳାକୁ ଗିରଫ କରାଯାଇଥିବା କହିଛନ୍ତି ଥାନା ନିରୀକ୍ଷକ । ସେପଟେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ରହିଛି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ଏହାସହିତ ଅଭିଯୁକ୍ତ ଯୁବକକୁ ଖୋଜାଖୋଜି ଜାରି ରଖିଛି ।

Get real time updates directly on you device, subscribe now.