fbpx

ପୁଣି ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ ଆଚରଣକୁ ନେଇ ବଢିଲା ଚର୍ଚ୍ଚା, ୟୁଜର୍ସ କହିଲେ ଭଲ ପରିବାର ଆଉ ଏଥିରେ ଯାତ୍ରା କରିପାରିବେ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ମଧ୍ୟରେ ଅଶ୍ଳୀଳ ଆଚରଣକୁ ନେଇ ବହୁ ଭିଡିଓ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍ ହେବାରେ ଲାଗିଛି । ଟ୍ରେନରେ କୌଣସି ପ୍ରକାର ଅଶ୍ଳୀଳ ଆଚରଣ ନ କରିବାକୁ ମେଟ୍ରୋ ପରିଚାଳକଙ୍କ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି । କିନ୍ତୁ ଏବେ ପୁଣି ଥରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଦିଲ୍ଲୀ ମେଟ୍ରୋର ଭିଡିଓ ବୋଲି କୁହାଯାଉଛି ।

ଏହି ଭିଡିଓରେ ଏକ ଦମ୍ପତି ମେଟ୍ରୋ ମଧ୍ୟରେ ଲିପଲକ୍ କରୁଥିବାର ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି ।  ଭିଡିଓରେ ଦେଖିବାକୁ ମିଳୁଛି ଏହି ଦମ୍ପତି ମେଟ୍ରୋ ଦ୍ୱାର ନିକଟରେ ଛିଡା ହୋଇ ପରସ୍ପରକୁ ଲିପଲକ୍ କରିବାରେ ବ୍ୟସ୍ତ । ଏହି ସମୟରେ ସେଠାରେ ଅନ୍ୟ ଯାତ୍ରୀମାନେ ବି ରହିଛନ୍ତି ।

ଏହି ଘଟଣା ଆନନ୍ଦ ବିହାର ମେଟ୍ରୋ ଷ୍ଟେସନ ନିକଟରେ ହୋଇଛି । ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଲୋକମାନେ ଏହାକୁ ଲଜ୍ଜାଜନକ କହି ନିନ୍ଦା କରିଛନ୍ତି ଓ କହିଛନ୍ତି ମେଟ୍ରୋରେ କୌଣସି ଭଲ ପରିବାର ଯାତ୍ରା କରିପାରିବେ ନାହିଁ ।

Get real time updates directly on you device, subscribe now.