fbpx

Telegram Group ରେ ଦମ୍ପତ୍ତି ପଠାଇଦେଲେ ନିଜର ଅଶ୍ଳୀଳ ଭିଡିଓ: ବେଡରୁମରେ ରେକର୍ଡ କରିଥିଲେ ଏହି ମୁହୂର୍ତ୍ତ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ଅନେକ କାମକୁ ଖୁବ ସହଜ ଏବଂ ସୁବିଧା କରି ଦେଉଛି । କିନ୍ତୁ ଅନେକ ସମୟରେ ଏହା କିଛି ଲୋକଙ୍କୁ ମହଙ୍ଗା ପଡିପାରେ । ଏହାର ସଠିକ ବ୍ୟବହାର ନ କରି ପାରିଲେ ଏହା ଆପଣଙ୍କୁ ବଡ ବିପଦରେ ପକାଇପାରେ । ଠିକ ଯେମିତି ସିଙ୍ଗାପୁରର ଜଣେ ଦମ୍ପତ୍ତିଙ୍କ ସହ ଘଟିଛି । ଭୁଲରେ ଏମାନେ ନିଜର ଏକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରି ଦେଇଥିଲେ । ଯାହା ପରେ ଉଭୟଙ୍କୁ ଏକ ବଡ ପରିଣାମ ଭୋଗିବାକୁ ପଡିଛି ।

ସୂଚନା ଅନୁସାରେ, ସିଙ୍ଗାପୁରର ଜଣେ ଦମ୍ପତ୍ତି ସୋସିଆଲ ମିଡିଆକୁ ନେଇ ସଂକଟରେ ପଡିଯାଇଛନ୍ତି । ମେସେଜିଙ୍ଗ ଆପ୍ ଟେଲିଗ୍ରାମର ଏକ ଗ୍ରୁପରେ ସେମାନେ ଭୁଲରେ ନିଜ ପ୍ରାଇଭେଟ ଭିଡିଓ ପଠାଇ ଦେଇଥିଲେ । ଏହାକୁ ଏକ୍ସ-ରେଟେଡ ଭିଡିଓ ବୋଲି ଜାଣିବାକୁ ମିଳିଥିଲା । ପତ୍ନୀଙ୍କର ଏହି ଭିଡିଓକୁ ସ୍ୱାମୀ ରେକର୍ଡ କରୁଥିବା ବେଳେ ଏହା ଭୁଲରେ ଏକ ଟେଲିଗ୍ରାମ ଗ୍ରୁପରେ ପୋଷ୍ଟ କରି ଦେଇଥିଲେ । ତେବେ ଏହାପରେ ଉଭୟଙ୍କ ବିରୋଧରେ ନଗ୍ନତା ଏବଂ ଅଶ୍ଳୀଳତା ବିସ୍ତାର କରିବା ଅଭିଯୋଗରେ ମୋଟା ଅଙ୍କର ଜରିମାନା ଲଗାଯାଇଛି । ନିର୍ଦ୍ଦେଶ ଅନୁସାରେ ଉଭୟଙ୍କ ପାଖରୁ ବର୍ତ୍ତମାନ ୧୪ ହଜାର ପାଉଣ୍ଡ ବା ୧୩ ଲକ୍ଷ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି ।

ପରେ ଦମ୍ପତ୍ତି ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ, ସେମାନଙ୍କ ଭିଡିଓ ଏହି ଚାଟ ସହିତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓକୁ ଆଗକୁ ଆଉ ଭାଇରାଲ ନ କରିବା ପାଇଁ ଉଭୟ ଦମ୍ପତ୍ତି ଏହାକୁ ଡିଲିଟ କରିବା ପାଇର୍ ଚେଷ୍ଟା କରିଥିଲେ । କିନ୍ତୁ ଭିଡିଓ ପୂର୍ବରୁ ହିଁ ଅନେକ ସାର୍ବଜନିକ ସାଇଟରେ ଅପଲୋଡ ହୋଇସାରିଥିଲା ।

Get real time updates directly on you device, subscribe now.