fbpx

ଚା’ ଦୋକାନ ଆୟରୁ ୨୬ ଦେଶ ଯାତ୍ରା କରିଥିଲେ ଏହି ଦମ୍ପତି!

କୋଚ୍ଚିରେ ଏକ ଚାହା ଦୋକାନରୁ ଆୟ ଟଙ୍କାରେ ବିଶ୍ବର ୨୬ ଦେଶ ଯାତ୍ରା କରିଥିବା ଦମ୍ପତି ସ୍ୱାମୀ କେୟାର ବିଜୟନଙ୍କ ପରଲୋକ ହୋଇଯାଇଛି । ୭୧ ବର୍ଷୀୟ କେଆର ବିଜୟନଙ୍କ ଶୁକ୍ରବାର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି । ଦମ୍ପତି ଗତ ମାସରେ ଋଷ ଗସ୍ତରୁ ଫେରିଥିଲେ ।

କେଆର ବିଜୟନ ଏବଂ ତାଙ୍କ ପତ୍ନୀ ମୋହନା ବିଜୟନ କୋଚ୍ଚି ଗାନ୍ଧୀନଗରରେ ଏକ ଚା’ ଦୋକାନର ଆୟରେ ୨୬ ଦେଶ ଯାତ୍ରା କରିଥିଲେ । ‘ଶ୍ରୀ ବାଲାଜୀ କଫି ହାଉସ୍’ ନାମକ ନିଜ ଚା’ ଦୋକାନରୁ ବିଶ୍ୱର ୨୬ ଦେଶ  ବୁଲିବାକୁ ତାଙ୍କୁ ନିଜର ଦୈନିକ ଆୟରୁ ୩୦୦ ଟଙ୍କା ବଞ୍ଚାଇବାକୁ ପଡ଼ୁଥିଲା । ପଇସା ନଥିଲେ ସେ ବ୍ୟାଙ୍କରୁ ଲୋନ ମଧ୍ୟନେଉଥିଲେ ।

ଦମ୍ପତି ଗତ ୧୬ ବର୍ଷରେ ୨୬ ଦେଶ ଯାତ୍ରା କରିଛନ୍ତି । ବିଜୟନ ଅନେକ ସ୍ଥାନରେ ବିଭିନ୍ନ ମଞ୍ଚରେ ନିଜର ଅନୁଭବ ବିଷୟରେ ମଧ୍ୟ କହିଛନ୍ତି ।

ବିଜୟନଙ୍କ ବାପାଙ୍କ ସହ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ । ଯାହା ତାଙ୍କ ପାଇଁ ଆକର୍ଷଣ ପାଲିଟିଯାଇଥିଲା । ୧୯୮୮ରେ ସେ ହିମାଳୟ ଯାଇଥିଲେ ଏବଂ ଭାରତର ସବୁ ରାଜ୍ୟକୁ ମଧ୍ୟ ବୁଲିଥିଲେ । ଦମ୍ପତି ପ୍ରଥମେ ମିଶ୍ର ବୁଲିବାକୁ ଯାଇଥିଲେ । ଏହାସହ ସେମାନେ ଆମେରିକା, ଜର୍ମାନୀ, ସ୍ୱିଜରଲାଣ୍ଡ, ବ୍ରାଜିଲ, ଆର୍ଜେଣ୍ଟିନା ଏବଂ ପେରୁ ସହ ୨୬ ଦେଶ ଭ୍ରମଣ କରିଥିଲେ । ଋଷ ତାଙ୍କର ଶେଷ ଗସ୍ତ ଥିଲା ।

 

Get real time updates directly on you device, subscribe now.