fbpx

ଶିଶୁ ପାଇଁ ପଡ଼ୋଶୀଙ୍କୁ ଚିଠି ଲେଖିଲେ ଦମ୍ପତ୍ତି, ଜାଣନ୍ତୁ କାହିଁକି

ନବଜାତକ ଶିଶୁମାନେ ବହୁତ କାନ୍ଦନ୍ତି, ଫଳରେ ସେମାନଙ୍କୁ ଶାନ୍ତ କରିବା ପାଇଁ ପିତାମାତାଙ୍କୁ ବହୁତ କସରତ କରିବାକୁ ପଡ଼ିଥାଏ । ଯେପରିକି ସେମାନଙ୍କୁ ବୁଝାଇବା, ଖାଇବାକୁ ଦେବା, ସ୍ନେହ କରିବା ଇତ୍ୟାଦି । ଛୋଟ ପିଲାଙ୍କ ମାନସିକତାକୁ ହୃଦୟଙ୍ଗମ କରିବା ଏତେ ସହଜ ହୋଇନଥାଏ । ଶିଶୁଙ୍କ କାନ୍ଦିବା ସମସ୍ୟାକୁ ନେଇ ଆମେରିକାର ଏକ ଦମ୍ପତ୍ତି ଏପରି ଏକ କାର୍ଯ୍ୟ କରିଛନ୍ତି, ଯାହା ସେମାନଙ୍କୁ ପ୍ରଶଂସାର ପାତ୍ର କରାଇଛି ।

ଆମେରିକାର ଉକ୍ତ ଦମ୍ପତ୍ତି ପଡ଼ୋଶୀଙ୍କୁ ଏକ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ଉକ୍ତ ଚିଠି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦମ୍ପତ୍ତି ଚିଠିରେ ଲେଖିଥିଲେ ଯେ, ଦୀର୍ଘ ୪ ମାସ ଧରି ନିଦ୍ରାହୀନ ଜୀବନ ବିତାଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଶିଶୁର ଏହି ସମସ୍ୟାର ସମାଧାନ ପାଇଁ ସେମାନେ ଭିନ୍ନ ଧରଣର ପଦ୍ଧତି ଅବଲମ୍ବନ କରୁଛନ୍ତି । ଯାହାଦ୍ୱାରା କେଉଁ ସମୟରେ ଶିଶୁଟି କାନ୍ଦିବା ଆବଶ୍ୟକ, ତାହା ଶିଶୁଟି ଧିରେ ଧିରେ ଶିଖିଯିବ ବୋଲି ଲେଖିଥିଲେ ।

ଦମ୍ପତ୍ତି ଆଉ ମଧ୍ୟ ଲେଖିଛନ୍ତି ଯେ, ଶିଶୁ ସକାଶେ ଉପୁଜିଥିବା କିଛି ବି ସମସ୍ୟା ପାଇଁ ସେମାନେ ଦୁଃଖିତ । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । ଯଦି ଏପରି ନହୁଏ, ତେବେ ସେ ତାଙ୍କ କର୍ମକ୍ଷେତ୍ରରୁ ବିରତି ନେଇଯିବେ । ତେବେ ପଡ଼ୋଶୀଙ୍କୁ ଖୁସି କରିବା ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଦମ୍ପତ୍ତି ନିଜ ଘରେ ଏକ ପାର୍ଟି ଆୟୋଜନ କରି ପଡ଼ୋଶୀଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଏହି ଚିଠି ମିଳିବା ପରେ ଆପାର୍ଟମେଣ୍ଟରେ ରହୁଥିବା ଜଣେ ପଡ଼ୋଶୀ ଏହାକୁ ଟ୍ୱିଟରରେ ଅପଲୋଡ କରିଥିଲେ । ଏହାପରେ କିଛି ପଡ଼ୋଶୀ ଉକ୍ତ ଦମ୍ପତ୍ତିଙ୍କୁ ବିଭିନ୍ନ ପ୍ରକାର ଉପହାର ପଠାଇଥିଲେ ।

Get real time updates directly on you device, subscribe now.