fbpx

ଭଗବାନ ଏବଂ ମନ୍ଦିର ନାମରେ ଜମି ଜବର ଦଖଲ କଲେ ହଟାଇବାକୁ ଆଦେଶ ଦେବେ ଅଦାଲତ: ହାଇକୋର୍ଟ

ଚେନ୍ନାଇ : ମନ୍ଦିର ନାମରେ ଥିବା ଜମି କବଜା କରାଯାଇ ପାରିବ ନାହିଁ । ଭଗବାନଙ୍କ ନାମରେ ଯଦି ସାର୍ବଜନୀନ ସ୍ଥାନରେ ଜବରଦଖଲ କରାଯାଏ ତେବେ ଅଦାଲତ ଏହାକୁ ହଟାଇବାକୁ ଆଦେଶ ଦେବେ । ଏମିତି ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି ମାଦ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି, ଅଦାଲତ ଏହା ଦେଖିବେ ନାହିଁ ଯେ, କିଏ ଏବଂ କାହା ନାମରେ ଜବରଦଖଲ ହୋଇଛି । ଯଦି ଭଗବାନଙ୍କ ନାମରେ ଜମି ଜବରଦଖଲ କରାଯାଏ ତେବେ ମଧ୍ୟ ଅଦାଲତ ଏହାକୁ ହଟାଇବାକୁ ଆଦେଶ ଦେବେ । କାରଣ ସାର୍ବଜନୀନ ହିତ ଏବଂ ଆଇନର ଶାସନ ରକ୍ଷା କରାଯିବ ଉଚିତ୍ ଏବଂ ଏହାକୁ ଜାରି ରଖାଯିବା ଜରୁରୀ ।

ବିଚାରପତି ଏନ ଆନନ୍ଦ ଭେଙ୍କଟେଶ କହିଛନ୍ତି, ସମୟ ଥିଲା ଲୋକଙ୍କ ମନରେ ଏହି ଧାରଣା ରହି ଯାଇଥିଲା ଯେ, ମନ୍ଦିର ନାମରେ କିମ୍ବା ମୂର୍ତ୍ତି ବସାଇ ସାର୍ବଜନୀନ ସ୍ଥାନର ଜବରଦଖଲ କରାଯାଇ ପାରିବ । ତେବେ ଏମିତ ଆଉ ହୋଇ ପାରିବ ନାହିଁ । ବିଚାରପତି କହିଛନ୍ତି, ଏବେ ଅଦାଲତ ସାର୍ବଜନୀନ ସଂପତ୍ତି ଉପରେ ଜବରଦଖଲ କରିବା ଏବଂ ଭଗବାନଙ୍କ ନାମରେ ମନ୍ଦିର ନିର୍ମାଣ କରାଯାଇ ଧୋକା ଦିଆଯାଇ ପାରିବ ନାହିଁ । ଆମ ପାଖରେ ପର୍ଯ୍ୟାପ୍ତ ମନ୍ଦିର ରହିଛି ଏବଂ କୌଣସି ଭଗବାନ ସାର୍ବଜନୀନ ସ୍ଥାନରେ ବେଦଖଲ କରି ମନ୍ଦିର ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ମାଦ୍ରାସ ହାଇକୋର୍ଟ କହିଛନ୍ତି ।

ନମକ୍କଲ ନଗର ପାଳିକା ସ୍ଥିତ ପାଲପଟ୍ଟରାଇ ମରିଅମ୍ମନ ମନ୍ଦିରକୁ ନେଇ ଦାଖଲ ଯାଚିକା ଉପରେ ଶୁଣାଣି କରି ଅଦାଲତ ଏହି ଟିପ୍ପଣୀ କରିଛନ୍ତି । ବିଚାରପତି ଜାଣିବାକୁ ପାଇଛନ୍ତି ଯେ, ମନ୍ଦିର ଜରିଆରେ ମରିଅମ୍ମନ କୋଇଲ ଷ୍ଟ୍ରିଟ୍ ନାମରେ ସାର୍ବଜନୀନ ରାସ୍ତା ଉପରେ ଜବରଦଖଲ କରାଯାଇଛି । ଏହାର ଆଖପାଖର ଜମିଦାରଙ୍କୁ ସେଠାକୁ ଯିବାକୁ ରୋକାଗଲା । ୨୦୦୫ରୁ ଏହି ମାମଲା ଚାଲି ଆସିଥିଲା । ପ୍ରଥମ ଥର ଏହି ମାମଲା ଜିଲ୍ଲା ଅଦାଲତରେ ଶୁଣାଣି ହୋଇଥିଲା ।

ବିଚାରପତି ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ନିମ୍ନ ଅଦାଲତରେ ଶୁଣାଣି ବେଳେ ନଗର ପାଳିକା ମନ୍ଦିର କର୍ତ୍ତୃପକ୍ଷଙ୍କ ସମର୍ଥନ କରିଥିଲେ । ବିଚାରପତି କହିଛନ୍ତି ଏହା ବହୁତ ଦୁଭାର୍ଗ୍ୟପୂର୍ଣ୍ଣ ଯେ, ନଗର ପାଳିକା ମଧ୍ୟ ମନ୍ଦିର ନାମରେ ହଡପ ଜାଗାକୁ ଆଖି ବୁଜି ସମର୍ଥନ କରିଥିଲା ।

 

 

Get real time updates directly on you device, subscribe now.