fbpx

ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଚାଲିଛି ସ୍ୱାମୀ ବଣ୍ଟା! ଜଣଙ୍କ ପାଖରେ ୧୫ ଦିନ ତ’ ଆଉ ଜଣଙ୍କ ପାଖରେ ୧୫ ଦିନ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଗୋଟିଏ ସ୍ତ୍ରୀ ସମ୍ଭାଳିବା ଭାରି ପଡୁଛି । କିନ୍ତୁ ବିହାରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ସ୍ୱାମୀକୁ ନେବା ପାଇଁ ୨ ସ୍ତ୍ରୀଙ୍କ ମଧ୍ୟରେ ଚାଲିଛି ଭାଗବଣ୍ଟା । ୫ ଶିଶୁଙ୍କ ପିତା ହୋଇ ଦ୍ୱିତୀୟ ବିବାହ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି । ମାରପିଟ୍ ଓ ଗାଳିଗୁଲଜ କରିବା ଅଭିଯୋଗରେ ଦ୍ୱିତୀୟ ପତ୍ନୀ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ୬ ପିଲାର ପିତା ହେବା ପରେ ବି ଏହାକୁ ଲୁଚାଇ ଧୋକାରେ ବିବାହ କରିଥିବା ଦ୍ୱିତୀୟ ପତ୍ନୀ କହିଛନ୍ତି । ଅନ୍ୟପଟେ ବ୍ୟକ୍ତିଜଣକ କହିଛନ୍ତି ଯେ, ‘ଦ୍ୱିତୀୟ ପତ୍ନୀ ଏବେ ପ୍ରଥମ ପତ୍ନୀଙ୍କ ପିଲାଙ୍କୁ ମାରପିଟ୍ କରୁଛନ୍ତି । ଏଥିପାଇଁ ମୋତେ କଠୋର ହେବାକୁ ପଡୁଛି ।’

ତେବେ ଏଭଳି ଏକ ଅଜବ ମାମଲାରେ ଶେଷରେ ଏକ ନିଷ୍ପତ୍ତି ହୋଇଛି । ସେଥିରେ କୁହାଯାଇଛି ଯେ, ସ୍ୱାମୀ ଉଭୟ ପତ୍ନୀଙ୍କୁ ୨ଟି ଅଲଗା ଅଲଗା ଘରେ ରଖିବେ ଓ ସେମାନଙ୍କର ଭରଣପୋଷଣ କରିବେ । ମାସକୁ ୧୫ ଦିନ ସେ ପ୍ରଥମ ପତ୍ନୀ ସହିତ ରହିବେ ତ ଆଉ ୧୫ ଦିନ ଦ୍ୱିତୀୟ ପତ୍ନୀଙ୍କ ସହ ରହିବେ । ଏହି ଚୁକ୍ତିରେ ଉଭୟ ପତ୍ନୀଙ୍କ ସହ ସ୍ୱାମୀ ମଧ୍ୟ ରାଜି ହୋଇଥିଲେ ଏବଂ ମାମଲା ଶେଷ ହୋଇଥିଲା । ଏଭଳି ଅଜବ ମାମଲା ବିହାରର ଭବାନୀପୁର ପୋଲିସ ଷ୍ଟେସନର ଗୋରିୟାରି ବସ୍ତିର ବୋଲି ଜଣାପଡିଛି ।

ଏହି ମାମଲା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କିଛି ଲୋକ କହିଛନ୍ତି ଯେ, ଘର, ଜମି, ସାମଗ୍ରୀ ଇତ୍ୟାଦି ବାଣ୍ଟିବା ତ ସାଧାରଣ କଥା । ସମସ୍ତେ ଏବିଷୟରେ ଜାଣନ୍ତି । କିନ୍ତୁ ପ୍ରଥମ ଥର ପାଇଁ ସ୍ୱାମୀ ବଣ୍ଟା ବିଷୟରେ ଶୁଣୁୁଛୁ । ଏଥି ସହିତ ପୋଲିସ ପରିବାର ପରାମର୍ଶ କେନ୍ଦ୍ରର ଚୁକ୍ତିରେ ଉଭୟ ସହମତ ହୋଇଛନ୍ତି ।

Get real time updates directly on you device, subscribe now.