fbpx

IPL 2022: CSK ବିପକ୍ଷରେ KKRର ରେକର୍ଡ ବହୁତ ଖରାପ, ଗତ ସିଜିନରେ ହାରିଥିଲା ସବୁ ମ୍ୟାଚ୍

ନୂଆଦିଲ୍ଲୀ : ଟାଟା ଆଇପିଏଲ ୨୦୨୨ର ପ୍ରଥମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଏବଂ ଉପ ବିଜେତା କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍ ଜିତି କେକେଆର ଚେନ୍ନାଇ ବିପକ୍ଷରେ ନିଜର ରେକର୍ଡ ସୁଧାରିବାକୁ ଚେଷ୍ଟା କରିବ । ସିଏସକେ ବିପକ୍ଷରେ କେକେଆରର ରେକର୍ଡ ବହୁତ ଖରାପ ରହିଛି । ଏ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୨୬ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ କେକେଆର କେବଳ ୮ଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି । ଗତ ତିନୋଟି ସିଜିନରେ ଚେନ୍ନାଇ ସୁପର କିଙ୍ଗସ ବିରୋଧରେ କେକେଆର ମାତ୍ର ଗୋଟିଏ ମ୍ୟାଚ୍ ଜିତି ପାରିଛି । ଆଇପିଏଲ ୨୦୨୧ରେ ଦୁଇ ଦଳ ମଧ୍ୟରେ ଲିଗ୍ ଏବଂ ଫାଇନାଲକୁ ମିଶାଇ ତିନୋଟି ମ୍ୟାଚ୍ ଖେଳା ଯାଇଛି । ହେଲେ ପ୍ରତିଥର ଚେନ୍ନାଇ ବିଜୟୀ ହୋଇଛି । ତେଣୁ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସର ନଜର ନିଜର ରେକର୍ଡ ସୁଧାରିବା ଉପରେ ରହିବ ।

ଗତ ସିଜିନରେ ସିଏସକେ ଏବଂ କେକେଆର ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯାଇଥିଲା । ଏଥିରେ ଚେନ୍ନାଇ କୋଲକାତାକୁ ୨୭ ରନରେ ମାତ୍ ଦେଇ ଚତୁର୍ଥ ଥର ଟାଇଟଲ୍ ଜିତିଥିଲା । ସିଏସକେ ପ୍ରଥମେ ବ୍ୟାଟିଂ କରି ଫାଫ ଡୁପ୍ଲେସିସଙ୍କ ୮୬ ରନ ବଳରେ ୧୯୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ କେକେଆର ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ କରିଥିଲା । ଓପନିଂ ବ୍ୟାଟସମ୍ୟାନ ଶୁଭମାନ ଗିଲ ୫୧ ରନ ଏବଂ ଭେଙ୍କଟେଶ ଆୟର ୫୦ ରନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ ।

ସେହି ପରି ଲିଗର ଦୁଇଟି ମ୍ୟାଚରେ ମଧ୍ୟ କେକେଆ ସିଏସକେ ହାତରୁ ପରାଜିତ ହୋଇଥିଲା । ତେବେ ଆଜି ଦୁଇ ଦଳ ନିଜ ନିଜର ନୂତନ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବେ । ରବୀନ୍ଦ୍ର ଜାଡେଜା ପ୍ରଥମ କରି ସିଏସକେର ମଙ୍ଗ ସମ୍ଭାଳୁଥିବା ବେଳେ ଶ୍ରେୟସ ଆୟର ମଧ୍ୟ ନୂତନ କରି କେକେଆରର ଅଧିନାୟକତ୍ୱ କରୁଛନ୍ତି । ତେବେ ଦୁଇ ଦଳ ନିଜର କେଉଁ ଚୂଡାନ୍ତ ଏକାଦଶକୁ ନେଇ ପଡିଆକୁ ଓହ୍ଲାଇବେ ତା ଉପରେ ସଭିଙ୍କ ନଜର ।

 

Get real time updates directly on you device, subscribe now.