fbpx

ସମରେ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ

ଭୁବନେଶ୍ୱର,୨୦ ।୭(ଓଡିଶା ଭାସ୍କର): ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ପ୍ରକ୍ରିୟା । ସମ୍ ଆନେକ୍ସର ବିଲ୍ଡିଂରେ ସ୍ୱତନ୍ତ୍ର ପରୀକ୍ଷାଗାର ଉଦଘାଟିତ ହୋଇଯାଇଛି । ଏନେଇ ବିଭାଗୀୟ ଅଧିକାରୀ ଇପାରି ଭେଙ୍କଟ ରାଓ ସୂଚନା ଦେଇଛନ୍ତି ।

ତେବେ ସମରେ ସପ୍ତାହକ ଭିତରେ ଆରମ୍ଭ ହୋଇଯିବ ମାନବ ପରୀକ୍ଷଣ । ଏନେଇ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇସାରିଛି । ମୋଟ୍ ୪ଟି ପଯ୍ୟାୟରେ ମାନବ ପରୀକ୍ଷଣ ହେବ । ପ୍ରତମ ପର୍ଯ୍ୟାୟରେ ନାମ ପଞ୍ଜୀକରଣ ଓ ସ୍କ୍ରିନିଂ ଆରମ୍ଭ ହେବ ।ଏଥିରେ ୧୮ରୁ ୫୫ ବର୍ଷର ସ୍ୱେଚ୍ଛାସେବୀ ସାମିଲ ହେବେ । ଏଥିସହ ଯେଉଁମାନେ ଚାହିଁବେ, ସେମାନେ ସ୍ୱତନ୍ତ୍ର ୱେବସାଇଟ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ବୋଲି ଭେଙ୍କଟ ରାଓ କହିଛନ୍ତି ।

Get real time updates directly on you device, subscribe now.