fbpx

ଏବେ ଅସଲ ରୂପରେ ଆସିଲା କରୋନା, ଭାଙ୍ଗିଲା ୭ମାସର ରେକର୍ଡ

Advertisement

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ୧୯ର ୭୯୭ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୦୯୧ରେ ପହଞ୍ଚିଛି । ଦେଶରେ ଚଳିତ ବର୍ଷ ମେ’ ୧୯ ପରେ ଗୋଟିଏ ଦିନରେ ଏହା କରୋନା ଭାଇରସ୍ ସଂକ୍ରମଣର ସବୁଠାରୁ ଅଧିକ ମାମଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି । ୭ ମାସ ପରେ ଭାରତରେ କୋଭିଡ୍ କେସ୍ ଗୋଟିଏ ଦିନରେ ୮୦୦ ପାଖାପାଖି ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଅଧ୍ୟୟନ ଆକଳନ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ମନ୍ତ୍ରଣାଳୟର ଆକଳନ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ କେରଳରେ ୨, ମହାରାଷ୍ଟ୍ର, ପୁଡୁଚେରୀ ଓ ତାମିଲନାଡୁରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି ।

ଏହା ପୂର୍ବରୁ ମେ’ ୧୯, ୨୦୨୩ରେ ଦେଶରେ ୮୬୫ ନୂଆ ମାମଲା ରେକର୍ଡ କରାଯାଇଥିଲା । ଶୀତ ବଢୁଥିବାରୁ ଓ କରୋନାର ନୂଆ ଭାରିଆଣ୍ଟର ପ୍ରକୋପରୁ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ବର୍ଷ ୨୦୨୦ ରୁ ଏ ପର୍ଯ୍ୟନ୍ତ କରୋନାରେ ପ୍ରାୟ ସାଢେ ୪ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଓ ଏମାନଙ୍କ ମଧ୍ୟରୁ ୫.୩ ଲକ୍ଷରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡିଛନ୍ତି ।

Get real time updates directly on you device, subscribe now.