fbpx

କୋଭିଡ୍ କାରଣରୁ ମହିଳାଙ୍କଠାରେ ପ୍ରସବଜନିତ ମୃତ୍ୟୁ ଦୁଇଗୁଣା ବୃଦ୍ଧି ପାଉଛି, ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସକୁ ନେଇ ନୂଆ ତଥ୍ୟ ସାମନାକୁ ଆସୁଥିବା ବେଳେ ଏବେ ବି ଏନେଇ ଗବେଷଣା ଜାରି ରହିଛି । ତେବେ ନିକଟରେ ଏପରି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କରୋନା ଭାଇରାସ୍ ମହିଳାଙ୍କ ଠାରେ ପ୍ରସବଜନିତ ମୃତ୍ୟୁ ଆଶଙ୍କାକୁ ବୃଦ୍ଧି କରୁଥିବା ଜଣାପଡ଼ିଛି । ଆମେରିକା ସରକାରଙ୍କ ପକ୍ଷରୁ ଏପରି ଏକ ରିପୋର୍ଟ ପ୍ରଦାନ କରଯାଇଛି । କୋଭିଡ କାରଣରୁ ମହିଳାଙ୍କର ଗର୍ଭର୍ରେ ଶିଶୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଡେଲ୍ଟା ସଂକ୍ରମଣ ବୃଦ୍ଧି ହେବା ପରେ ମହିଳାଙ୍କ କ୍ଷେତ୍ରରେ ଏହା ଦୁଇଗୁଣା ବୃଦ୍ଧି ପାଇଥିବା ଜଣାପଡ଼ିଛି ।
ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର (ସିଡିସି) ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଆମେରିକାର ହସ୍ପିଟାଲରେ ଗତ ୨୦୨୦ ମାର୍ଚ୍ଚରୁ ୨୦୨୧ ସେପ୍ଟେମ୍ବର ମଧ୍ୟରେ ୧୨ ଲକ୍ଷ ଡେଲିଭରି କରାଯାଇଛି । ସେଥିମଧ୍ୟରୁ ୦.୬୫ ପ୍ରତିଶତ ଅର୍ଥାତ ୮୧୫୪ ଡେଲିଭରିରେ ପ୍ରସବଜନିତ ମୃତ୍ୟୁ ଦେଖିବାକୁ ମିଳିଥିଲା । ଡେଲଟା ଭାଇରସ୍ ପୂର୍ବରୁ କୋଭିଡ ପଜିଟିଭ୍ ମାଆମାନଙ୍କଠାରେ ଏହା ୧.୪୭ ଗୁଣା ଅଧିକ ଦେଖିବାକୁ ମିଳିଥିଲା, ଯାହାକି ପରେ ଅଧିକ ବୃଦ୍ଧି ପାଇଥିଲା । କୋଭିଡ-୧୯ ଡେଲିଭରି କ୍ଷେତ୍ରରେ, ହାଇ ବ୍ଲଡ ପ୍ରେସର, ହାର୍ଟ ଆଘାତ, ୟୁଟେରସରୁ ପ୍ଲେସେଣ୍ଟା ବିଚ୍ଛିନ୍ନ ହେବା, କମ ବ୍ଲଡ ପ୍ରବାହ, ଲଙ୍ଗ ଇନଜୁରୀ ଆଦି କାରଣ ପ୍ରସବଜନିତ ମୃତ୍ୟୁର ଅନ୍ୟତମ କାରଣ ରହିଥିଲା । ତେବେ ଏନେଇ ଅଧିକ ଗବେଷଣା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ କୋଭିଡ-୧୯ କାରଣରୁ ମହିଳାଙ୍କ କ୍ଷେତ୍ରରେ ଗର୍ଭଜନିତ ମୃତ୍ୟୁ ଆଶଙ୍କା ବୃଦ୍ଧି ପାଉଥିବା ରିସର୍ଚ୍ଚରୁ ଜଣାପଡ଼ିଛି ।

Get real time updates directly on you device, subscribe now.