fbpx

ଭାରତରେ କରୋନାର ଚତୁର୍ଥ ଲହର! ୧୨ ହଜାର ଟପିଲା ଦୈନିକ ସଂକ୍ରମଣ, ଓଡ଼ିଶାରେ ବି ସାଙ୍ଘାତିକ ପରିସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଲଗାତାର ନୂଆ ମାମଲା ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ୨୪ ଘଣ୍ଟାରେ ୧୨ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଫେବ୍ରୁଆରୀ ପରେ ପ୍ରଥମଥର ପାଇଁ ୧୦ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୧୩ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୮୦୩କୁ ବୃଦ୍ଧି ପାଇଛି । ଏବେ ଆକ୍ଟିଭ ମାମଲା ୫୮,୨୧୫ ଥିବା ବେଳେ ୨୪ ଘଣ୍ଟାରେ ୭ ହଜାର ୬୨୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୨୬ ଲକ୍ଷ ୭୪ ହଜାର ୭୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ ଓଡ଼ିଶାରେ ବି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୪ ଓ ସ୍ଥାନୀୟ ସଂକ୍ରମଣରୁ ୧୭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୨, କଟକରୁ ୫ ଓ ଷ୍ଟେଟପୁଲରୁ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ସକ୍ରିୟ ସଂଖ୍ୟା ୧୭୭ରେ ପହଞ୍ଚିଛି । ମୋଟ ପଜିଟିଭ ସଂଖ୍ୟା ୧୨,୮୮,୭୩୭ ଥିବା ବେଳେ ସେଥିରୁ ୧୨,୭୯,୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.