ଦେଶରେ ବେକାବୁ କୋରୋନା, ଗତ 24 ଘଣ୍ଟାରେ ଗଲାଣି 7 ଜୀବନ
କୋରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 564 ଟି ନୂଆା କୋଭିଡ୍ ମାମଲା ଚିହ୍ନଟ ହେବା ସହ ସାରା ଦେଶରେ ସକ୍ରିୟ ମାମଲା 4866 ରେ ପହଞ୍ଚିଛି।
ନୂଆଦିଲ୍ଲୀ: ସାରା ଦେଶରେ ପୁଣି ମୁଣ୍ଡ ଟେକିଛି କୋରୋନା । କୋରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏପର୍ଯନ୍ତ ସାରା ଦେଶରେ 4 ହଜାରରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ଆସିଛି। ଗତ 24 ଘଣ୍ଟା ମଧ୍ୟରେ 564 ଟି ନୂଆା କୋଭିଡ୍ ମାମଲା ଚିହ୍ନଟ ହେବା ସହ ସାରା ଦେଶରେ ସକ୍ରିୟ ମାମଲା 4866 ରେ ପହଞ୍ଚିଛି।
5 ମାସର ଶିଶୁ ସମେତ 7 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି
ଗତକାଲି 7 ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଯେଉଁଥିରେ ପୂର୍ବରୁ ଶ୍ୱାସକ୍ରିୟା ସମସ୍ୟା ଥିବା ଏକ 5 ମାସର ଶିଶୁ ମଧ୍ୟ ସାମିଲ ଅଛି। ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ, ଗୁଜୁରାଟରେ ମୃତ୍ୟୁ ସଂଖ୍ୟା ବଢିଛି । ମହାରାଷ୍ଟ୍ରରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ, କର୍ଣ୍ଣାଟକ ଏବଂ ଗୁଜୁରାଟରେ ପ୍ରତ୍ୟେକ ଜଣେ ଜଣଙ୍କର ମୃତ୍ୟୁ ହୋଇଛି।
କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ । ସେଠାରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ତା’ପରେ ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅକ୍ସିଜେନ, ଅତ୍ୟାବଶ୍ୟକ ଔଷଧ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ବିଶେଷଜ୍ଞଙ୍କ ବୟସ୍କ ଏବଂ ପୂର୍ବରୁ ଅସୁସ୍ଥ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଲକ୍ଷଣ ଦେଖାଗଲେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।