fbpx

ବାଗଦାଦ୍ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮୨ ଜଣ ମୃତ, ୧୧୦ ଆହତ

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : ବାଗଦାଦ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢି ୮୨ ରେ ପହଞ୍ଚିଛି । ଏହାସହ ୧୧୦ ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଇବନ୍-ଅଲ୍-ଖାତିବ୍ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ସୂଚନା ଅନୁସାରେ ହସ୍ପିଟାଲରେ କରୋନା ଭାଇରସ୍ ଇଣ୍ଟେନସିଭ୍ କେୟାର ୟୁନିଟ୍ ରେ ଏହି ନିଆଁ ଲାଗିଯାଇଥିଲା । ମେଡିକାଲରୁ ମିଳିଥିବା ସୂଚନା ଅନୁସାରେ ଅକ୍ସିଜେନ୍ ସିଲିଣ୍ଡର ଠିକ୍ ଭାବେ ରଖା ଯାଇନଥିବା ଭୁଲ୍ ଯୋଗୁଁ ବିସ୍ଫୋରଣ ଘଟି ଏହି ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଥବା ନେଇ ସୂଚନା ରହିଥିଲା । ଏହି ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ ରେ ପ୍ରାୟ ୩୦ଜଣ ରୋଗୀଙ୍କ ପାଖରେ ତାଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ। ୧୨୦ଜଣ ରୋଗୀ ଏବଂ ସେମାନଙ୍କ ପରିବାର ସମ୍ପର୍କୀୟଙ୍କ ମଧ୍ୟରୁ ୯୦ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ରହିଛି । ଘଟଣାର ତଦନ୍ତ ସହ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ କରିବା ଲାଗି ଏକ ତଦନ୍ତ କମିସନ୍ ବସାଇବାକୁ ବାଗ୍ଦାଦ୍ର ରାଜ୍ୟପାଳ ମହମଦ୍ ଜବର୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.