fbpx

ମାସ୍କ ବାଧ୍ୟତାମୂଳକ ହେଲା: କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀର୍ଘ ତିନିବର୍ଷ ଧରି କରୋନା ମହାମାରୀ ସାରା ବିଶ୍ୱକୁ ଭୟଙ୍କର ଭାବେ କଲବଲ କରିବା ପରେ ନିକଟରେ ପୁଣି ଥରେ କଡ଼ ଲେଉଟାଇଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେବା ସହିତ ଓଡ଼ିଶାରେ ମଧ୍ୟ ନୂଆ ସବ-ଭାରିଆଣ୍ଟ ଜେଏନ.୧ର ମାମଲା ଚିହ୍ନଟ ହୋଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ ମାର୍ଗଦର୍ଶିକା ଜାରି କରିବା ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ତେବେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋଟିଏ ଦେଶ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଦେଶରେ ଫେସ୍ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସ୍ପେନ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହସ୍ପିିଟାଲ ଓ କ୍ଲିନିକମାନଙ୍କରେ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ପ୍ରବେଶ କରିବା ପୂର୍ବରୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୪ ମିଲିୟନରୁ ଅଧିକ କେସ ପଞ୍ଜିକୃତ ହୋଇଥିବା ବେଳେ ୧ ଲକ୍ଷ ୨୦ ହଜାର ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି ।

ତେବେ ଭାରତର କୋଭିଡ୍ ସ୍ଥିତି ଉପରେ ଯଦି ନଜର ପକାଇବା ତେବେ ଏଠାରେ ମଧ୍ୟ ସଂକ୍ରମଣ ଧୀରେଧୀରେ ବଢ଼ୁଥିବା ଦେଖାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ ଓ କେରଳରେ ୨ ଜଣ ଲେଖାଏଁ ରୋଗୀଙ୍କର ମୃତ୍ୟୁ ଘଟିବା ସହିତ ମୋଟ ୪ ଜଣ ପ୍ରାଣ ହରାଇଛନ୍ତି । ଏଥିସହିତ ୬୦୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଡିସେମ୍ବର ୫ ତାରିଖ ପରେ ୩୧ ତାରିଖରେ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୮୪୧ଟି ମାମଲା ଚିହ୍ନଟ ହୋଇଥିଲା । ୨୦୨୦ ପ୍ରାରମ୍ଭରେ ଆରମ୍ଭ ହୋଇଥିବା ଏହି ମହାମାରୀରେ ୪ ବର୍ଷ ମଧ୍ୟରେ ଦେଶରେ ୪ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୫.୩୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.