fbpx

ପଶ୍ଚିମବଙ୍ଗରେ କରୋନା କଟକଣା କଡାକଡ଼ି: ବନ୍ଦ ରହିବ ସ୍କୁଲ, କଲେଜ

କୋଲକାତା: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣି କଡ଼ାକଡ଼ି ହୋଇଛି କଟକଣା । ସୋମବାର ଠାରୁ ପଶ୍ଚିମବଙ୍ଗରେ ସ୍କୁଲ, କଲେଜ, ୟୁନିଭର୍ସିଟି ବନ୍ଦ ନେଇ କରାଯାଇଛି ଘୋଷଣା । ସେହିପରି ୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଏବଂ ଘରୋଇ ଅଫିସ୍ । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାସହ ସକାଳ ୧୦ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୫୦% କ୍ଷମତାରେ ଚାଲିବ ସପିଂ ମଲ୍ । ବାହାଘରରେ ସର୍ବାଧିକ ୫୦, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ଦିଆଯିବ ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ରବିବାର ୨୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ । ୧୫୨୫ ରେ ପହଞ୍ଚିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ।

Get real time updates directly on you device, subscribe now.