fbpx

କୋଭିଡ ନିୟମ ଅବମାନନା: ୫ ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ

ଭୁବନେଶ୍ୱର, ୯ା୧ (ଓଡିଶା ଭାସ୍କର): କୋଭିଡ ନିୟମକୁ ଅବମାନନା କରିବାର ଦଣ୍ଡ ଭୋଗିଛନ୍ତି ୫ ସ୍କୁଲର କର୍ମଚାରୀ । ନିୟମ ଉଲ୍ଲଂଘନ କରିବାରୁ ଉକ୍ତ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି କୁହାଯାଇଛି ।

ବିଦ୍ୟାଳୟ ପରିସର ସଫା ନ ରଖିବା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସଓପିକୁ ପାଳନ ନ କରିବା, କ୍ଲାସ ପରିଚାଳନା ନେଇ ଉପଯୁକ୍ତ ଯୋଜନା ପ୍ରଣୟନ ନ କରିବା ଆଦି କାରଣ ଦର୍ଶାଇ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.