ବିଧାନସଭା ପାଇଁ କୋଭିଡ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ବିଧାନସଭା ଅଧିବେଶନ ପାଇଁ ଆଜିଠୁ କୋରୋନା ଟେଷ୍ଟ ଆରମ୍ଭ ହୋଇଛି । ମନ୍ତ୍ରୀ, ବିଧାୟକ, ସଚିବ ଓ କର୍ମଚାରୀଙ୍କ ଚାଲିଛି ଟେଷ୍ଟ । ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ହୋଇଛି କୋରୋନା ପରୀକ୍ଷା । ଆଜିଠୁ ୩ ଦିନ ଅର୍ଥାତ୍୧୯ ତାରିଖ ଯାଏ ହେବ କୋରୋନା ଟେଷ୍ଟ । ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ ଆସିଲେ ବିଧାନସଭାକୁ ଯିବାକୁ ଅନୁମତି ମିଳିବ ।

ତେବେ ଆସନ୍ତା ୨୦ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ଭାଗ ନେଇପାରିବେ ।