fbpx

୯୮ ଦିନ ପର୍ଯ୍ୟନ୍ତ ଜାରି ରହିବ କରୋନାର ତୃତୀୟ ଲହର, ଏହା ଦ୍ୱିତୀୟ ଲହର ଠାରୁ ହୋଇପାରେ ଅଧିକ ଘାତକ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରବର୍ଷରେ କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେବେ ଆଗକୁ ଆସୁଥିବା ତୃତୀୟ ଲହରକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏକ ରିପୋର୍ଟ ଅନୁଯାୟୀ, କରୋନାର ତୃତୀୟ ଲହର ଦ୍ୱିତୀୟ ଲହରଠାରୁ ଘାତକ ସାବ୍ୟସ୍ତ ହେବ । ଏହି ଲହର ୯୮ ଦିନ ପର୍ଯ୍ୟନ୍ତ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ଲହରେ ସ୍ଥିତି ଗମ୍ଭୀର ହେବ । ତେଣୁ ଏହାକୁ ହେୟଜ୍ଞାନ କରିବା ଅନୁଚିତ । ପ୍ରଥମ ଲହର ପରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା । ତା’ପରେ ଆସିଥିଲା ଦ୍ୱିତୀୟ ଲହରର ସଙ୍କଟ । ଠିକ୍ ସେହିପରି ଭାବେ ତୃତୀୟ ଲହରର ଆଗମନ ହୋଇପାରେ । ଦ୍ୱିତୀୟ ଲହରର ଅବଧି ପ୍ରାୟ ୧୦୮ ଦିନ ରହିଥିବା ବେଳେ ତୃତୀୟ ଲହରର ଅବଧିକ ପ୍ରାୟ ୯୮ ଦିନ ପର୍ଯ୍ୟନ୍ତ ଜାରି ରହିବ । ବର୍ତ୍ତମାନ ଦେଶରେ ଦ୍ୱିତୀୟ ଲହର ଶିଥିଳ ପଡ଼ିଯାଇଥିବା ବେଳେ ତୃତୀୟ ଲହରର ମୁକାବିଲା ପାଇଁ ଦେଶବାସୀ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ ଏହି ରିପୋର୍ଟ ବେଶ୍ ଗୁରୁତ୍ୱ ବହନ କରୁଛି । ସମଗ୍ର ବିଶ୍ୱରେ ଦ୍ୱିତୀୟ ଲହର ପ୍ରଥମ ଲହରର ୫.୨ ଗୁଣ ହୋଇଥିବା ବେଳେ ତୃତୀୟ ଲହର ଦ୍ୱିତୀୟ ଲହରର ୧.୮ ଗୁଣ ବୃଦ୍ଧି ପାଇବ । ସେହିପରି ଦ୍ୱିତୀୟ ଲହରର ଗୁରୁତର ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ରହିଥିବା ବେଳେ ତୃତୀୟ ଲହରରେ ଏହା ୫ ପ୍ରତିଶକୁ ଖସିବ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.