fbpx

କୋଭିଡକୁ ନେଇ ମିଳିଲା ଆଶ୍ୱସ୍ତି, ଆସନ୍ତା ମାର୍ଚ୍ଚରେ ସମାପ୍ତ ହୋଇଯିବ ତୃତୀୟ ଲହର: ICMR

ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ଏହା ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ଗତ ମାସ ପ୍ରାରମ୍ଭରେ ଦେଶରେ ହଠାତ୍ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଥିଲା । ଗତ ମାସର ୨୦ ତାରିଖ ପରେ ଦୈନିକ ୩ ଲକ୍ଷ ଉପରେ ପଜିଟିଭ୍ ଚିହ୍ନଟ ହେଉଥିଲେ, ଯାହାକି ଏବେ ଏକ ଲକ୍ଷ ଉପରେ ରହୁଛି । ତେବେ ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଫେବୃଆରୀରେ ତୃତୀୟ ଲହର ଆସିବା ନେଇ ପୂର୍ବରୁ ବିଶେଷଜ୍ଞମାନେ ମତ ଦେଇଥିଲେ । ତେବେ ରାଜ୍ୟରେ ଜାନୁଆରୀ ମାସ ଆରମ୍ଭରେ ହଠାତ୍ ସଂକ୍ରମଣ ଉପରମୁହାଁ ହୋଇ ମାସ ଶେଷ ବେଳକୁ ତଳମୁହାଁ ହୋଇଥିବା ଦେଖାଦେଇଛି ।

ତେବେ ଏନେଇ ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି । ଆଇସିଏମଆର ଅତିରିକ୍ତ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ତୃତୀୟ ଲହର ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ସମାପ୍ତ ହେବ । ଏହାପରେ ସମଗ୍ର ଦେଶରେ ମାର୍ଚ୍ଚ ସୁଦ୍ଧା ଏହି ଲହର ଶେଷ ହୋଇଯିବ । ବର୍ତ୍ତମାନ ମହାମାରୀ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିଯାଇଛି । ଗତ ଜାନୁଆରୀ ମାସରେ ସମଗ୍ର ଦେଶରେ ସଂକ୍ରମଣ ହଠାତ୍ ବଢ଼ିବାରେ ଲାଗିଥିଲା । ଟିକାକରଣ ଓ କୋଭିଡ୍ କଟକଣାକୁ ସୂଚାରୁରୂପେ ପାଳନ କରିବା ଫଳରେ ଏହା ସମ୍ଭବ ହୋଇଛି ।

Get real time updates directly on you device, subscribe now.