fbpx

୫ ରାଜ୍ୟରେ କମୁଛି ସଂକ୍ରମଣ: ଲବ୍ ଅଗ୍ରୱାଲ

ନୂଆ ଦିଲ୍ଲୀ,୦୫/୦୫: ଭାରତରେ ଜାରି ରହିଛି କରୋନାର ଦ୍ୱିତୀୟ ଲହରର ଭୟାବହତା  । ତେବେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କରାଯାଇଥିବା ପ୍ରେସମିଟରେ ସ୍ୱତନ୍ତ୍ର ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, “କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୫ ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, ଓ ତେଲେଙ୍ଗାନାରେ କମୁଛି ସଂକ୍ରମଣ । ମାତ୍ର କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଛି । ୧୨ ରାଜ୍ୟରେ ଆକ୍ଟିଭ କେସ ୧ ଲକ୍ଷରୁ ଅଧିକ ରହିଛି ।”

ସେ ଆହୁରି ମଧ୍ୟ କହିଛନ୍ତି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ୟୁପି, ଆନ୍ଧ୍ରରେ ଦେଢ ଲକ୍ଷ ଆକ୍ଟିଭ କେସ ରହୁଛି । ଗତ ସପ୍ତାହକ ମଧ୍ୟରେ ବେଙ୍ଗଲୁରୁରେ ଦେଢଲକ୍ଷ ଆକ୍ରାନ୍ତ ବାହାରିଛନ୍ତି । କୋଝିକୋଡ. ଏର୍ଣ୍ଣାକୁଲମ, ଗୁରୁଗ୍ରାମରେ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବା ନେଇ ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.