fbpx

କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ପ୍ରଭାବଶାଳୀ!

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଟିକାକରଣକୁ ଜୋରଦାର କରାଯାଇଛି । ହେଲେ ଟିକା ଅଭାବରୁ ଅନେକ ଲୋକ ଟିକା ନେବାରୁ ବଞ୍ଚିତ ଅଛନ୍ତି । ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ବର୍ତ୍ତମାନ ସମୟରେ କୋଭିଡରୁ ସୁରକ୍ଷିତ ରହିବାକୁ ହେଲେ ଟିକା ନେବା ନିହାତି ଆବଶ୍ୟକ । ହେଲେ ଏହା ମଧ୍ୟରେ ‘ସିଙ୍ଗଲ୍ ସଟ୍ ଭାକସିନ୍’ ଉପରେ ପରୀକ୍ଷା ନିରୀକ୍ଷା କରାଯାଉଛି । ଯଦ୍ୱାରା ଟିକାକରଣକୁ ବଢ଼ାଯାଇପାରିବ । ତେବେ ଏହା, ସବୁ ଟିକା କ୍ଷେତ୍ରରେ ନୁହେଁ, କେବଳ ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଟିକାକୁ ସିଙ୍ଗଲ୍ ସଟ୍ କରିବାକୁ ଯୋଜନା ଚାଲିଛି । ବର୍ତ୍ତମାନ ଦେଶରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ହିଁ ବିତରଣ କରାଯାଉଛି । ଖୁବ୍ ଶୀଘ୍ର ସ୍ଫୁଟନିକ୍-ଭି ମଧ୍ୟ ଦିଆଯିବ ।

ତେବେ ଖାଲି ସିଙ୍ଗଲ୍ ସଟ୍ ଭାକସିନ୍ ନୁହେଁ ବରଂ ଭାକସିନ୍ ମିକ୍ସିଂ ଉପରେ ମଧ୍ୟ ବୈଜ୍ଞାନିକ ମାନେ ଗବେଷଣା ଚଳାଇଛନ୍ତି । ସେହିପରି ଆପଣ ମାନେ ଜାଣି ରଖନ୍ତୁ ଯେ, ଜନସନ୍ ଆଣ୍ଡ ଜନସନ୍, ସ୍ଫୁଟନିକ୍-ଲାଇଟ୍ ଏବଂ କୋଭିସିଲ୍ଡ ଟିକା ସମାନ ପ୍ରକ୍ରିୟା ଏବଂ ଫର୍ମୁଲାରେ ପ୍ରସ୍ତୁତ ହୋଇଛି । ତେଣୁ ଏହି ଆଧାରରେ ଆକଳନ କରାଯାଉଛି ଯେ, କୋଭିସିଲ୍ଡ ଟିକାର ସିଙ୍ଗଲ୍ ସଟ୍ ହିଁ ପ୍ରଭାବଶୀଳୀ ହୋଇପାରିବ । ଆଉ ଯଦି ଏହା ଉପରେ ଅନୁସନ୍ଧାନ ସଫଳ ହୁଏ ତେବେ ଟିକାର ଗୋଟିଏ ସଟ୍ ଦିଆଯିବ ଏବଂ ଟିକାର ଅଭାବ ମଧ୍ୟ ଦୂର ହେବ ।

ଏହାଛଡା ମିକ୍ସ ଡୋଜ୍ ଉପରେ ଗବେଷଣା ଜାରି ରହିଛି । ଏହାର ଅର୍ଥ ହେଲା ଦୁଇଟି ଭିନ୍ନ ଭିନ୍ନ କମ୍ପାନୀର ଟିକାକୁ ଜଣେ ଲୋକଙ୍କୁ ଦିଆଯାଇ ପାରିବ । ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋଟିଏ ନୂଆ ଆପ୍ ଜରିଆରେ ପାଶ୍ୱର୍ ପ୍ରତିକ୍ରିୟା ସବୁ ବିଷୟରେ ସହଜରେ ଜାଣି ହେବ । ତେବେ ମିକ୍ସ ଡୋଜ୍ ଦିଆଯିବା ବିଷୟରେ ଚିନ୍ତା କରାଯିବା ପଛରେ କାରଣ ହେଲା କିଛି ରାଜ୍ୟରେ ଲୋକ ମାନଙ୍କୁ ଅଲଗା ଅଲଗା କମ୍ପାନୀର ଟିକା ଦିଆଯାଇଥିବାର ଖବର ଆସିଥିଲା । କିନ୍ତୁ ସେମାନଙ୍କର କିଛି ମଧ୍ୟ ପାଶ୍ୱର୍ ପ୍ରତିକ୍ରିୟା ହୋଇନଥିବା ଜଣାପଡିଥିଲା ।

Get real time updates directly on you device, subscribe now.