fbpx

୧୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ କୋଭୋଭାକ୍ସ: ଆଦର ପୁନାୱାଲ ଦେଲେ ସୂଚନା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଏହାକୁ ଦେଖି କରୋନାର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି । ଏହାରି ମଧ୍ୟରେ ଶିଶୁଙ୍କୁ ଟିକା ଓ ବୁଷ୍ଟର ଡୋଜ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ସରକାର ।

ଏହାରି ମଧ୍ୟରେ ୧୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ କୋଭୋଭାକ୍ସ ଟିକା । ଏନେଇ ଟ୍ୱିଟ୍ କରି ସିରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଯଥେଷ୍ଟ ପରିମାଣର କୋଭୋଭାକ୍ସ ଟିକା ଉପଲବ୍ଧ ଅଛି ।’

ତେବେ ଦେଶରେ ଆଜି ଦିନକରେ ୨ହଜାର ୨୭୮ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୫୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୧୯,୭୧୯ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.