fbpx

(Video) ଏ କି ଅବ୍ୟବସ୍ଥା! ଏଟିଏମରୁ ବାହାରୁନି ଟଙ୍କା, ଆଶ୍ରୟ ନେଉଛନ୍ତି ଗାଈଗୋରୁ ଓ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଜରୁରୀ କାମ ପାଇଁ ଟଙ୍କାର ଆବଶ୍ୟକ ପଡ଼ିଲେ ଲୋକମାନେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥାନ୍ତି । ତେବେ ଏଟିଏମରେ ଟଙ୍କା ବାହାରିବା ତ ଦୂରର କଥା, ସେଠାରେ ଯଦି ଗାଈଗୋରୁ, ମାନସିକ ବିକାରଗ୍ରସ୍ତ ଲୋକମାନେ ଆଶ୍ରୟ ନେବେ ତେବେ ଏହାକୁ କ’ଣ କୁହାଯିବ । ଏ ଅବ୍ୟବସ୍ଥା ପାଇଁ ଦାୟୀ କିଏ? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ । ବ୍ଲକରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏକମାତ୍ର ଏଟିଏମ ଆଜି ଅବହେଳାର ଶିକାର ହୋଇଛି । ଫଳରେ ଜନସାଧାରଣ ନାନାବିଧ ହଇରାଣ ହରକତ ହେଉଥିବା ଦେଖାଯାଉଛି ।

ଜଣାପଡ଼ିଛି ଯେ, ଉକ୍ତ ଏଟିଏମରେ ମାସର ମାତ୍ର ୭ ଦିନ ଟଙ୍କା ରହୁଛି, ଅନ୍ୟ ଦିନମାନଙ୍କରେ ଖାଲି ପଡ଼ୁଛି । ଠିକ୍ ସଂସ୍ଥା ଏଥିପ୍ରତି ଧ୍ୟାନ ଦେଉନଥିବା ଦେଖାଯାଉଛି । ଏଟିଏମରେ କେତେବେଳେ ବୁଲା ଗାଈଗୋରୁ ତ ଆଉ କେତେବେଳେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଆଶ୍ରୟ ନେଉଛନ୍ତି । ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଫଳରେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ପୂର୍ବରୁ ଉକ୍ତ ଏଟିଏମର ଦାୟିତ୍ୱ ନେଇଥିବା କମ୍ପାନୀ ତାହାକୁ ଠିରେ ଚଳାଉଥିବା ବେଳେ ଏବେ ଯେଉଁ କମ୍ପାନୀ ଦାୟିତ୍ୱ ନେଇଛି ସେ ଠିକରେ ତାହାକୁ ଚଳାଇ ପାରୁନଥିବା ଜଣାପଡ଼ିଛି । ଏଟିଏମ କାଉଣ୍ଟରରେ କୌଣସି ସିକ୍ୟୁରିଟି ଗାର୍ଡ ନଥିବା ଫଳରେ ଏହି ଯିଏ ପାରୁଛି ସିଏ ପଶିଯାଉଥିବା ଦେଖାଯାଉଛି ।

Get real time updates directly on you device, subscribe now.