ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି, ୪୫୨ ଭୋଟରେ ବିଜୟୀ

ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ୪୫୨ ଭୋଟ ମିଳିଛି।

ନୂଆଦିଲ୍ଲୀ: ଦେଶ ନୂଆ ଉପରାଷ୍ଟ୍ରପତି ବାଛିଲା ସଂସଦ। ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି। ୪୫୨ ପଥମ ପସନ୍ଦ ଭୋଟ ସହ ବିଜୟୀ ଘୋଷଣା କରାଯାଇଛି। ସିପି ରାଧାକୃଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ହୋଇଛନ୍ତି।

ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ୪୫୨ ଭୋଟ ମିଳିଛି। ଇଣ୍ଡିମେଣ୍ଟର ପ୍ରାର୍ଥୀ ଭି ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଛି। ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ ଦେଇଛନ୍ତି।

ମୋଟ ୭୬୭ ସାଂସଦ ଦେଇଥିଲେ ଭୋଟ୍‌। ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ୯୮.୨ ପ୍ରତିଶତ ମତଦାନ ହୋଇଛି।

୬୭ ବର୍ଷୀୟ ରାଧାକ୍ରିଷ୍ଣନ, ଯିଏ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି, ଏବେ ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ।