fbpx

ଦୁଃଖ ଖବର: CPI ନେତା ରାମଚନ୍ଦ୍ରଙ୍କ ମୃତ୍ୟୁ, ମହୁମାଛି ଆକ୍ରମଣ ପାଇଁ ଜୀବନ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହୁମାଛି ଆକ୍ରମଣ କରିବା ଏକ ସାଧାରଣ କଥା ନୁହେଁ । ଅନେକ ସମୟରେ କିଛି ଲୋକ ଏହି ଘଟଣାକୁ ଅତି ସାଧାରଣ ଭାବେ ଗ୍ରହଣ କରିଥାନ୍ତି । ତେବେ ଆଜି ରାଜ୍ୟର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରି ପଞ୍ଚାୟତରେ କିଛି ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲା । ଫଳରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବା ସହ ୧୩ ଜଣ ଆହତ ହୋଇଥିଲେ ।

ତେବେ ଏହା ମଧ୍ୟରେ ମହାମାଛି ଆକ୍ରମଣକୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ରାଜ୍ୟର ଜଣେ କମ୍ୟୁଟଷ୍ଟ ପାର୍ଟି (ସିପିଆଇ) ନେତା ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ବାଙ୍କୀସାହି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ସିପିଆଇ ନେତା ରାମଚନ୍ଦ୍ର ସ ଆଜି ସକାଳେ ନିଜର ବାଡ଼ିରେ ଅଳିଆ ଆବର୍ଜନା ସଫାସୁତୁରା କରିବା ସମୟରେ ତାଙ୍କୁ ଅଚାନକ କିଛି ମହୁମାଛି ଆକ୍ରମଣ କରିଥିଲେ । ଏହାପରେ ରାମଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣାଟି ରାଜନୈତିକ ମହଲରେ ଶୋକର ଲହରୀ ଖେଳାଇ ଦେଇଛି ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ହରିୟାଣାରେ ଜଣେ ୩୨ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଗତ ମାସରେ ମହାରାଷ୍ଟ୍ରରେ ମହାଦେବଙ୍କୁ ଦର୍ଶନ କରିବାକୁ ଯାଇଥିବା ଦୁଇ ଜଣ ଶ୍ରଦ୍ଧାଳୁ ମହୁମାଛି ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ଗତ ଫେବୃଆରୀ ମାସରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କୁ ମହୁମାଛି ଆକ୍ରମଣ କରିବାରୁ ସେ ମଧ୍ୟ ଆହତ ହେବା ସହ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

Get real time updates directly on you device, subscribe now.