fbpx

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ବିଶିଷ୍ଟ ବାମପନ୍ଥୀ ନେତାଙ୍କର ଆଜି ପରଲୋକ ଘଟିଛି । ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ ଆଉ ନାହାନ୍ତି । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଶିବାଜୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଶିବାଜୀଙ୍କ ମୃତ୍ୟୁ ସମ୍ପର୍କରେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଶିବାଜୀ ପୂର୍ବରୁ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଓ ୧୯୮୯ରୁ ୧୯୯୬ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ରହିଥିଲେ । ଭୁବନେଶ୍ୱର ଲୋକସଭା ସାଂସଦ ଥିବା ସମୟରେ ସେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ କରିଥିଲେ । ଏଥିସହିତ ସାରା ଜୀବନ ଗରିବ ଓ ଅସହାୟ ଲୋକଙ୍କ ହିତସାଧନ ପାଇଁ ସଂଗ୍ରାମ ଚଳାଇ ଆସିଥିଲେ ।

ଶିବାଜୀଙ୍କ ମୃତ୍ୟୁରେ ରାଜ୍ୟ ଜଣେ ପ୍ରବୀଣ ରାଜନୀତିଜ୍ଞଙ୍କୁ ହରାଇଛି । ତାଙ୍କର ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ବିଭିନ୍ନ ଦଳର ବହୁ ରାଜନେତା ଶିବାଜୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.