fbpx

Debit ନୁହେଁ Credit Cardରେ ମିଳୁଛି ଏହି ୫ଟି ଫାଇଦା, ସଞ୍ଚୟ କରିପାରିବେ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଡେବିଟ୍ କାର୍ଡ ତୁଳନାରେ କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ ହୋଇଯାଇଛି। ଏହାର କାରଣ ହେଉଛି ଅନେକ ସୁବିଧା ଅଛି ଯାହା କେବଳ କ୍ରେଡିଟ୍ କାର୍ଡ ସହିତ ଉପଲବ୍ଧ। ଏହା ମାଧ୍ୟମରେ ଆପଣ ସହଜରେ ବହୁ ଅର୍ଥ ସଞ୍ଚୟ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

କ୍ୟାଶବ୍ୟାକ ରିୱାର୍ଡ: କ୍ରେଡିଟ କାର୍ଡର ସବୁଠାରୁ ବଡ଼ ଫାଇଦା ହେଉଛି ଆପଣଙ୍କୁ ଏହା ଉପରେ କ୍ୟାଶବ୍ୟାକର ଫାଇଦା ମିଳିବ । ଏହାରି ମାଧ୍ୟମରେ ଆପଣ ସହଜରେ ନିଜର କିଣାକିଣି ଜରିଆରେ କ୍ୟାଶବ୍ୟକ କରିପାରିବେ । ବହୁ କମ୍ପାନୀ ତରଫରୁ ଗ୍ରସରୀ, ଫ୍ୟୁଲ, ୟୁଟିଲିଟୀ ବିଲ୍ସ ଏବଂ ସପିଙ୍ଗ କରିବାରେ ନିଶ୍ଚିତ କ୍ୟାଶବ୍ୟାକ ଅଫର କରାଯାଉଛି ।

ଡିସକାଉଣ୍ଟ ଏବଂ ଅଫର୍ସ: କ୍ରେଡିଟ କାର୍ଡର ସବୁଠାରୁ ବଡ଼ ଫାଇଦା ହେଉଛି ଯେ, ଏହା ଉପରେ ଆପଣଙ୍କୁ କମ୍ପାନୀ ପକ୍ଷରୁ ସ୍ପେଶାଲ ଡିସକାଉଣ୍ଟ ଅଫର୍ସର ଫାଇଦା ପ୍ରଦାନ କରାଯାଉଛି । ଅନେକ କମ୍ପାନୀ ଦ୍ୱାରା ସ୍ପେଶାଲ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ ଅଫର କରାଯାଉଛି । ଏହା ଉପରେ ଆପଣଙ୍କୁ ସ୍ପେଶାଲ ଡିସକାଉଣ୍ଟର ଫାଇଦା ମଧ୍ୟ ମିଳିଥାଏ ।

କ୍ରେଡିଟ ସ୍କୋର: କ୍ରେଡିଟ ସ୍କୋର ବଢାଇବାର କ୍ରେଡିଟ କାର୍ଡ ଏକ ଉତ୍ତମ ମାଧ୍ୟମ । ଯଦି ଆପଣଙ୍କ କ୍ରେଡିଟ ସ୍କୋର ଖରାପ ଅଛି ତେବେ କ୍ରେଡିଟ କାର୍ଡର ବିଲ ସମୟ ସମୟରେ ପେମେଣ୍ଟ କରି ଆପଣ ସହଜରେ ନିଜ କ୍ରେଡିଟ ସ୍କୋରକୁ ସୁଧାରି ପାରିବେ ।

ଋଣ ମୁକ୍ତ ଲୋନ: କ୍ରେଡିଟ କାର୍ଡ ଏପରି ଏକ ଫାଇନେନସିଆଲ ଇଷ୍ଟ୍ରୁମେଣ୍ଟ, ଯେଉଁଥିରେ ଆପଣଙ୍କୁ ଋଣ ମୁକ୍ତ ଫ୍ରି ରାଶି ପ୍ରଦାନ କରାଯାଇଥାଏ । ଅଧିକାଂଶ କ୍ରେଡିଟ କାର୍ଡରେ ୫୦ ଦିନର ଋଣ ମୁକ୍ତ ପରିୟଡସ୍ ହୋଇଥାଏ । ଏହି ମାଧ୍ୟମରେ ଆପଣ ସହଜରେ ନିଜ ବିଲର ପେମେଣ୍ଟ ନିଜ ସୁବିଧା ଅନୁଯାୟୀ କରିପାରିବେ ।

ଜରୁରୀକାଳୀନ ଫଣ୍ଡ: ଯଦି କୌଣସି ଅର୍ଥର ଆବଶ୍ୟକତା ପଡେ ତେବେ ଅତି ସହଜରେ କ୍ରେଡିଟ କାର୍ଡ ଜରୁରୀକାଳୀନ ଫଣ୍ଡ ରୂପେ କାର୍ଯ୍ୟ କରିଥାଏ । ଏହା ସାହାଯ୍ୟରେ ଆପଣ ଫଣ୍ଡ ପ୍ରାପ୍ତ କରିପାରିବେ । କ୍ରେଡିଟ କାର୍ଡରେ ଫଣ୍ଡ ଉପଯୋଗ ସମୟ ଠାରୁ ଆମକୁ ସାବଧାନ ରହିବାକୁ ପଡିବ । ସମୟ ମଧ୍ୟରେ ଆପଣଙ୍କୁ ପେମେଣ୍ଟ କରିବାକୁ ପଡିବ ।

Get real time updates directly on you device, subscribe now.