fbpx

ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପରେ ଭାରତକୁ ମିଳିପାରେ ନୂଆ ଅଧିନାୟକ, ରୋହିତ ଶର୍ମା ହଟିବେ, ନୂଆ ଚେହେରା ଆସିବେ

ନୂଆଦିଲ୍ଲୀ: ଭାରତୀୟ ଦଳ ଏବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଖେଳୁଛି । ରୋହିତ ଏବେ ତିନୋଟି ଫର୍ମାଟରେ ଯଥା – ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଭାରତର ଅଧିନାୟକ ଅଛନ୍ତି । ଇତିମଧ୍ୟରେ କିନ୍ତୁ, ଭାରତୀୟ ଅଧିନାୟକକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁସାରେ, ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ଏକ ନୂଆ ଚେହେରାକୁ ସାମିଲ କରାଯିବ ।

ଏହି ଅଧିନାୟକ ଦୌଡରେ ସର୍ବପ୍ରଥମ ନାଁ ଆସୁଛି ବ୍ୟାଟର ଶୁଭମନ ଗିଲଙ୍କ । ବିଶ୍ୱକପ ପରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ ଖେଳିବା ପାଇଁ ଜିମ୍ବାୱେ ଗସ୍ତ କରିବ । ଏହି ଗସ୍ତରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ । ‘ଏକ୍ସପ୍ରେସ ସ୍ପୋର୍ଟ’ର ରିପୋର୍ଟ ଅନୁଯାୟୀ ଶୁଭମନ ଗିଲଙ୍କୁ ଏହି ସିରିଜ ପାଇଁ ଅଧିନାୟକ ଦାୟିତ୍ୱ ମିଳିବାର ସମ୍ଭାବନା ବେଶ୍ ଅଧିକ । ମାତ୍ର ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଆଧିକାରିକ ସୂଚନା ମିଳି ନାହିଁ ।

ଜିମ୍ବାୱେ ଗସ୍ତରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ । ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ଟିମ ଇଣ୍ଡିଆର ଟ୍ୱେଣ୍ଟି ଟ୍ୱେଣ୍ଟି ଅଧିନାୟକ ଦାୟିତ୍ୱ ତୁଲାଇ ଥାଆନ୍ତି । ନହେଲେ ସେ ନ ଥିଲେ ସୂର୍ଯ୍ୟକୁମାର ଯାଦବ ଅଧିନାୟକର କାର୍ଯ୍ୟ କରନ୍ତି । ତେବେ ଦେଖିବାକୁ ରହିଲା ବିସିସିଆଇ ଭାରତୀୟ ଦଳ ପାଇଁ କାହା ମୁଣ୍ଡରେ ଅଧିନାୟକ ନାମକ ସୁନା କଳସ ଢାଳୁଛି ।

Get real time updates directly on you device, subscribe now.