fbpx

କ୍ରିକେଟ ଗ୍ରାଉଣ୍ଡରେ ଅଭଦ୍ରାମି: ଷ୍ଟମ୍ପକୁ ମାରିଲେ ଗୋଇଠା, ଅମ୍ପାୟାରଙ୍କ ସହ କଲେ ଯୁକ୍ତିତର୍କ, ଶେଷରେ କ୍ଷମା ମାଗିଲେ ଏହି ଖେଳାଳି (ଭାଇରାଲ ଭିଡିଓ)

Advertisement

ଢାକା: ବାଂଲାଦେଶ କ୍ରିକେଟର ଶକିବ ଅଲ ହସନଙ୍କ ଅଭଦ୍ରାମିର ସୀମା ଟପିଛି । ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇ ସେ ଷ୍ଟମ୍ପ ଭାଙ୍ଗିବା ସହ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛନ୍ତି । ତେବେ ଶେଷରେ ଶକିବ ନିଜର ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି ।

ଢାକାରେ ଅନୁଷ୍ଠିତ ହେଉଥିବା ଏକ ଘରୋଇ ଟି-୨୦ ମ୍ୟାଚ ଅବସରରେ ଏହି ଘଟଣା ଘଟିଥିଲା । ମହମ୍ମଡନ ସ୍ପୋର୍ଟିଂ ଓ ଅବାହାନୀ ଲିମିଟେଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଥିଲା । ବାଂଲାଦେଶର ଏହି ୩୪ ବର୍ଷୀୟ ପୂର୍ବତନ କ୍ରିକେଟର ନିଜର ଦୋଷକୁ ନେଇ କ୍ଷମା ମାଗିଥିଲେ ମଧ୍ୟ ତାଙ୍କ ଉପରୁ ବିପଦ ଟଳିନି । ଶକିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଶଙ୍କା ରହିଛି । ଶକିବ ନିଜ ଫେସବୁକ ପେଜରେ କ୍ଷମା ମାଗିଥିବା ଜଣାପଡ଼ିଛି । ଶେର-ଏ-ବଙ୍ଗାଲ ଷ୍ଟାଡିୟମରେ ମ୍ୟାଚ ଚାଲିଥିବା ବେଳେ ମୁଶଫିକୁର ରହିମଙ୍କ ଏଲବିଡବ୍ଲ୍ୟୁ ଅପିଲ ପରେ ଶକିବ ଏହି କାରନାମା କରିଥିଲେ । ପୂର୍ବରୁ ମ୍ୟାଚ ଫିକିଂ ମାମଲାରେ ଶକିବଙ୍କ ଉପରେ ଦୁଇ ବର୍ଷର କଟକଣା ଜାରି କରାଯାଇଥିଲା । ଶକିବଙ୍କର ସମସ୍ତ କାରନାମାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.