ପୁଣେ: ପୂର୍ବତନ କ୍ରିକେଟର କେଦାର ଯାଦବ ଭାରତୀୟ ଜନତା ପାର୍ଟିରେ ହେଲେ ସାମିଲ । କିଛିଦିନ ହେବ କେଦାର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।
କିନ୍ତୁ ମଙ୍ଗଳବାର ଦିନ କେଦାର ବିଜେପିରେ ସାମିଲ ହୋଇ ସତ ଉପରୁ ପର୍ଦ୍ଦା ହଟାଇଛନ୍ତି । ଭାଜପାରେ ସାମିଲ ହେବା ସମୟରେ କେଦାରଙ୍କ ସହିତ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ, ଅଶୋକ ଚବ୍ହଣଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ ।
କେଦାରଙ୍କୁ ବ୍ୟାଟିଂ ଅଲରାଉଣ୍ଡର ବୋଲି କୁହାଯାଏ । ୨୦୧୪ରେ ୱାନଡେ’ ଫର୍ମାଟରେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ସାମିଲ ହୋଇଥିଲେ । କେଦାର ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଛନ୍ତି ।
ଗତବର୍ଷ କେଦାର କ୍ରିକେଟରୁ ସନ୍ୟାସ ନେଇଥିଲେ ।