(VIDEO) Big Breaking: କ୍ରାଇମବ୍ରାଞ୍ଚର ସୂଚନା, ପୋଡ଼ି ଦିଆଯାଇଛି ନବଙ୍କ ରକ୍ତଭିଜା ସାର୍ଟ
ରକ୍ତ ଭିଜା ସାର୍ଟକୁ ନେଇ ନୂଆ ତଥ୍ୟ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୋଡିଦିଆଯାଇଛି ନବଙ୍କ ସାର୍ଟ ଓ ପ୍ୟାଣ୍ଟ।
ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲା। ରକ୍ତଭିଜା ସାର୍ଟକୁ ନେଇ ଆସିଲା ନୂଆ ତଥ୍ୟ। କ୍ରାଇମବ୍ରାଞ୍ଚର ବଡ଼ ସୂଚନା। ପୋଡ଼ି ଦିଆଯାଇଛି ନବଙ୍କ ରକ୍ତଭିଜା ସାର୍ଟ। ଯାହା ମାଧ୍ୟମରେ ଅନେକ ତଥ୍ୟ ମିଳିପାରିଥାନ୍ତା। ହେଲେ ସେ ପ୍ରମାଣ ବି ନଷ୍ଟ ହୋଇଯାଇଛି।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନବଙ୍କ ସାର୍ଟ ଓ ପ୍ୟାଣ୍ଟ ପୋଡି ଦେଇଥିବା ସୂଚନା ମିଳିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ କ୍ରାଇମବ୍ରାଞ୍ଚକୁ ଜଣାଇଥିବା କୁହାଯାଉଛି।
କ୍ରାଇମବ୍ରାଞ୍ଚର କହିବା କଥା କୋଭିଡ଼ ପ୍ରୋଟୋକଲ୍ ପାଇଁ ଏକ ମେଡିକାଲରେ ନବଙ୍କ ରକ୍ତଭିଜା ସାର୍ଟକୁ ପୋଡ଼ି ଦିଆଯାଇଛି। ହେଲେ କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ନବଙ୍କ ସାର୍ଟ ପୋଡ଼ିଲେ ତା ଉପରେ ପ୍ରଶ୍ନ ଉଠିଛି।