ବିବାହ କରିବେ Star ଫୁଟବଲର ରୋନାଲ୍ଡୋ: ୮ ବର୍ଷ ଲିଭ-ଇନ ପରେ ଏବେ କଲେ ନିର୍ବନ୍ଧ
ମଡେଲଙ୍କ ହାତ ଧରିବେ ଲୋକପ୍ରିୟ ଫୁଟବୋଲର । ସେମାନଙ୍କର ଅଛନ୍ତି ୫ ପିଲାପିଲି ।
ନୂଆଦିଲ୍ଲୀ: ଜଣାଶୁଣା ଲୋକପ୍ରିୟ କ୍ରିଷ୍ଟିଆନୋ ରୋନାଲ୍ଡୋ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରୋନାଲ୍ଡୋଙ୍କ ପ୍ରେମିକା ଜର୍ଜିନା ରଡ୍ରିଗ୍ସ, ଇନଷ୍ଟାଗ୍ରାମରେ ଅନେଇ ଏକ ପୋଷ୍ଟ ସେୟାର କରିଛନ୍ତି।
ସେମାନଙ୍କ ନିର୍ବନ୍ଧ ନେଇ ଗଣମାଧ୍ୟମରେ ଅନେକ ଖବର ପ୍ରସାରଣ ହେଉଥିଲା ହେଲେ ସେମାନଙ୍କ ପଟୁ କୌଣସି ସ୍ପଷ୍ଟିକରଣ ଦିଆଯାଉନଥିଲା କିନ୍ତୁ ଏବେ ଜର୍ଜିନାଙ୍କ ଏହି ପୋଷ୍ଟ ଚର୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି।
8 ବର୍ଷ ଧରି ଏକାଠି ଅଛନ୍ତି
ପର୍ତ୍ତୁଗାଲ ଫୁଟବଲ୍ ଦଳର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ମଡେଲ୍ ଜର୍ଜିନା ରଡ୍ରିଗ୍ସ 8 ବର୍ଷ ଧରି ଏକାଠି ଅଛନ୍ତି, ସେମାନେ 2016 ରେ ଡେଟିଂ ଆରମ୍ଭ କରିଥିଲେ। ଜର୍ଜିନାଙ୍କ ସହିତ ରୋନାଲ୍ଡୋଙ୍କର 4ଟି ସନ୍ତାନ ଅଛି।
2017 ରେ ସରୋଗେସି ମାଧ୍ୟମରେ ପିଲାମାନେ (ଇଭା ମାରିଆ ଏବଂ ମାଟେଓ) ଜନ୍ମ ହୋଇଥିଲେ, ଆଲାନା ମଧ୍ୟ 2017 ରେ ଜନ୍ମ ହୋଇଥିଲେ। ବେଲା 2022 ରେ ଜନ୍ମ ହୋଇଥିଲେ, ବେଳଙ୍କ ଯାଆଁଳା ଭାଇ ଜନ୍ମ ପରେ ମୃତ୍ୟୁବରଣ କରିଥିଲେ। ରୋନାଲ୍ଡୋଙ୍କର ବଡ଼ ପୁଅ ରୋନାଲ୍ଡୋ ଜୁନିଅର, ଯାହାଙ୍କ ମାଆ ଜର୍ଜିନା ନୁହନ୍ତି ।
View this post on Instagram
ଇନଷ୍ଟାଗ୍ରାମ ପୋଷ୍ଟ
କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ପ୍ରେମିକା ଜର୍ଜିନା ରୋଡ୍ରିଗେଜ ଇନଷ୍ଟାଗ୍ରାମରେ ନିର୍ବନ୍ଧ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ହୀରା ମୁଦି ଲାଗା ହାତକୁ ସେ ରୋନାଲ୍ଡଙ୍କ ହାତ ଉପରେ ରଖିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, “ହଁ, ମୋର କାମ ସରିଗଲା।” ଏହି ଫଟୋଟି ସାଉଦି ଆରବର ରିୟାଦରୁ ପୋଷ୍ଟ କରାଯାଇଛି ।
ରୋନାଲ୍ଡଙ୍କ ସମ୍ପତ୍ତି
ଇଂରାଜୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, 2025 ରେ କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ନେଟ୍ ସମ୍ପତ୍ତି $1.45 ବିଲିୟନ। ରୋନାଲ୍ଡଙ୍କ ଦରମା $200 ମିଲିୟନ। ସେ ବିଜ୍ଞାପନରୁ ପ୍ରତିବର୍ଷ ପ୍ରାୟ $150 ମିଲିୟନ ରୋଜଗାର କରନ୍ତି।
2022 ରେ, ସେ ସାଉଦି ଦଳ ସହିତ $600 ମିଲିୟନ ଚୁକ୍ତି ସ୍ୱାକ୍ଷର କରିଥିଲେ, ଯାହାକୁ ଏହି ବର୍ଷ 2027 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କ୍ଲବ ରୋନାଲ୍ଡଙ୍କ ସହିତ ପ୍ରାୟ $620 ମିଲିୟନ ମୂଲ୍ୟରେ 2 ବର୍ଷ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି।