fbpx

ମଣିଷ ରକ୍ତ ସନ୍ଧାନରେ ପାଣି ଛାଡି ରାସ୍ତାରେ ବୁଲିଲାଣି କୁମ୍ଭୀର, ଏହି ଅଞ୍ଚଳରେ ପଡିଗଲାଣି ତାଟିକବାଟ

ଭୁବନେଶ୍ୱର: ରାଜ୍ୟରେ କୁମ୍ଭୀର ଆତଙ୍କ ଏବେ ସମସ୍ତଙ୍କ ମନରେ । ମଣିଷଖିିଆ କୁମ୍ଭୀରକୁ ନେଇ ଏବେ ସମସ୍ତଙ୍କ ମନରେ ଭୟ ଖେଳି ଯାଇଛି । କିଏ କହୁଛି ମାଳିକା ବଚନ ସତ୍ୟ ହୋଇଛି ତ ଆଉ କିଏ କହୁଛି କଳିଯୁଗ ଶେଷ ହେବାକୁ ଯାଉଛି । ତେବେ କାଲି ରାତିରେ ପୁଣି କୁମ୍ବୀରକୁ ନେଇ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ପୂର୍ବରୁ ପାଣିରେ ଥାଇ କୁମ୍ଭୀର ମଣିଷଙ୍କୁ ଆକ୍ରମଣ କରୁଥିବା ବେଳେ ଏବେ ପାଣିରୁ ଉପରକୁ ଚାଲିଆସି ମଣିଷ ରକ୍ତ ସନ୍ଧାନ କରୁଛି କୁମ୍ଭୀର ।

ରାଜନଗର ପେଣ୍ଠ ମୁଖ୍ୟ ରାସ୍ତାରେ ଗତରାତିରେ ଲୋକମାନେ ଏକ ବଉଳା କୁମ୍ଭୀର ବୁଲୁଥିବାର ଦେଖିଛନ୍ତି । କୁମ୍ଭୀରକୁ ଦେଖିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ୨ ମାସ ଭିତରେ ୪ ଜଣଙ୍କୁ ମାରି ଦେଇଛି କୁମ୍ଭୀର ।

Get real time updates directly on you device, subscribe now.