fbpx

ବାଘ ପାଇଁ ୧୨ଟି ଗାଁରେ କର୍ଫ୍ୟୁ ; ଏପ୍ରିଲ ୧୭ ଓ ୧୮ରେ ସ୍କୁଲ-ଅଙ୍ଗନବାଡି ବନ୍ଦ ଘୋଷଣା 

ଭୁବନେଶ୍ୱର : ବାଘ ପାଇଁ ଆତଙ୍କ ବଢିବାରେ ଲାଗିଛି । ଗାଁ ଗଣ୍ଡରେ ବାଘ ବୁଲୁଥିବା ବେଳେ କେତେବେଳେ କାହାକୁ ଉଠାଇ ନେଉଛି ତାହାର କିଛି ହିସାବ ନାହିଁ । ଏହାକୁ ନେଇ ୧୨ଟି ଗାଁରେ କଫ୍ୟୁ ଲାଗୁ ହୋଇଛି । ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଫ୍ୟୁ ଜାରି କରାଯାଇଛି । ଏହା ସହ ଏପ୍ରିଲ ୧୭ ଓ ୧୮ ତାରିଖରେ ସ୍କୁଲ-ଅଙ୍ଗନବାଡି ବନ୍ଦ ଘୋଷଣା କରାଯାଇଛି ।

ବାଘ ଆତଙ୍କକୁ ନଜରରେ ରଖାଯାଇ ଜିଲା ପ୍ରଶାସନ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି । ଆସନ୍ତା ଦୁଇ ଦିନ ସ୍କୁଲ-ଅଙ୍ଗନବାଡି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ବାଘ ଉପରେ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରାର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ପୌରୀ ଜିଲାରେ ଗିତ କିଛି ଦିନ ମଧ୍ୟରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗାଁର ବୃଦ୍ଧଙ୍କୁ ବୃଦ୍ଧ ଉଠାଇ ନେଇଥିଲା । ଯାହା ଫଳରେ ବୃଦ୍ଧ ମୃତ୍ୟୁ ଘଟିଥିଲା । ଗାଁରେ ଏବେ ବାଘ ଖୋଜା ଅଭିଯାନ ଚାଲିଛି ।

Get real time updates directly on you device, subscribe now.