fbpx

୩୫ଟି ସାମଗ୍ରୀ ଉପରେ ବଢ଼ିବ Custom Duty! ବଜେଟ ୨୦୨୩ରେ କେନ୍ଦ୍ର ସରକାର କରିବେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମାସ ୧ ତାରିଖରେ କେନ୍ଦ୍ର ସରକାରଙ୍କ ବଜେଟ ଆଗତ ହେବ । ବର୍ତ୍ତମାନ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବାରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ବଜେଟରେ କିଛି ବଡ଼ ଧରଣର ଘୋଷଣା ହୋଇପାରେ । ଏଥିସହିତ ବ୍ୟବସାୟୀଙ୍କୁ ମଧ୍ୟ କେନ୍ଦ୍ର ସରକାର କିଛି ଫାଇଦା ଦେଇ ପାରନ୍ତି । ତେବେ ୩୫ଟି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି ।

ତେବେ ସାମଗ୍ରୀର ଦାମ୍ ବୃଦ୍ଧି ପାଇଲେ ଦେଶରେ ଏହାର ଉତ୍ପାଦକତାକୁ ପ୍ରାଧାନ୍ୟ ମିଳିବ । ଏଥିସହ ମେକ ଇନ ଇଣ୍ଡିଆ ପ୍ରଡକ୍ଟସର ବିକ୍ରି କ୍ଷେତ୍ରରେ ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ରିପୋର୍ଟ ମୁତାବକ, ଆମଦାନୀ ହ୍ରାସ ଓ ଘରୋଇ ଉତ୍ପାଦକତାକୁ ବୃଦ୍ଧି ପାଇଁ ସରକାର ୩୫ଟି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ଘୋଷଣା କରିପାରନ୍ତି । ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ ଭିଟାମିନ, ହାଇ ଗ୍ଲାସ ପେପର, ଜୁଏଲାରୀ, ପ୍ଲାଷ୍ଟିକ ସାମଗ୍ରୀ, ହାଇ ଏଣ୍ଡ ଇଲେକ୍ଟ୍ରୋନିକ ଆଇଟମ, ପ୍ରାଇଭେଟ ଜେଟ ଓ ହେଲିକପ୍ଟର ସାମିଲ ରହିଛି । ତେବେ ଯେଉଁ ସବୁ ସାମଗ୍ରୀର କଷ୍ଟମ ଡ୍ୟୁଟି ବଢ଼ିବ ସେସବୁ ଲିଷ୍ଟ ବିଭିନ୍ନ ମନ୍ତ୍ରଣାଳୟରୁ ମଗା ଯାଇଛି ।

ଯେଉଁ ସାମଗ୍ରୀଗୁଡ଼ିକର କଷ୍ଟମ ଡ୍ୟୁଟି ବୃଦ୍ଧି କରାଯିବା ସମ୍ଭବ, ଉକ୍ତ ଅଣଜରୁରୀ ଆମାଦନୀ ସାମଗ୍ରୀର ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ମନ୍ତ୍ରଣାଳୟକୁ କୁହାଯାଇଥିଲା । ବାସ୍ତବରେ କେନ୍ଦ୍ର ସରକାର ଚାଲୁ ଖାତାର କ୍ଷତିକୁ କମ୍ କରିବାକୁ ଚାହୁଁଛନ୍ତି । ତେଣୁ ଆମଦାନୀ ହ୍ରାସ କରିବା ସପକ୍ଷରେ ରହିଛନ୍ତି । ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଚାଲୁ ଖାତାର କ୍ଷତି ଗତ ୯ ମାସ ମଧ୍ୟରେ ସର୍ବାଧିକ ସ୍ତର ୪.୪ ପ୍ରତିଶତରେ ପହଞ୍ଚି ଯାଇଥିଲା ।

Get real time updates directly on you device, subscribe now.