fbpx

ଆଜି ବିଜେପିରେ ସାମିଲ ହେବେ କଟକ ସାଂସଦ ଭର୍ତ୍ତୃହରି ମହତାବ!

ଓଡ଼ିଶା ଭାସ୍କର: ଆଜି ବିଜେପିରେ ମିଶିପାରନ୍ତି କଟକ ସାଂସଦ ତଥା ବିଜେଡିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଭର୍ତ୍ତୃହରି ମହତାବ। ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଆଜି ସେ ବିଜେପି ଦଳରେ ଯୋଗ ଦେବେ ବୋଲି କୁହାଯାଉଛି। ତେବେ ୬୭ ବର୍ଷୀୟ ଭର୍ତ୍ତୃହରି ମହତାବ ଗତ ମାର୍ଚ୍ଚ ୨୨ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଥିଲା। କିନ୍ତୁ ବନ୍ଧୁ ଓ ଶୁଭେଛୁଙ୍କ ସହ ଆଲୋଚନା କରିବା ପରେ ଅନ୍ୟ ଦଳରେ ମିଶିବା ସମ୍ପର୍କରେ ନିଷ୍ପତି ନେବେ ବୋଲି ଭର୍ତ୍ତୃହରି କହିଥିଲେ।

ସୂଚନା ଥାଉକି, ସାମ୍ବାଦିକତା ଓ ରାଜନୀତିରେ ଭଲ ଦକ୍ଷତା ରଖିଥିବା ଭର୍ତ୍ତୃହରି ମହତାବ ଏଥରକୁ ମିଶାଇଲେ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ୧୯୯୮ରେ ସେ କଟକରୁ ସାଂସଦ ହୋଇଥିଲେ। ୨୦୧୭ ମସିହାରେ ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରି ଆୱାର୍ଡ ଗ୍ରହଣ କରିଥିଲେ। ସେହିପରି ସେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ରେସ ସଂସଦ ରତ୍ନ ପୁରସ୍କାର ଗ୍ରହଣ କରିଥିଲେ। ତେବେ ବିଜେଡିର ଜଣେ ବରିଷ୍ଠ ନେତା ଭାବେ ଦଳରେ ସେ ଖୁବ ଅନୁଭବୀ ଓ ଅଭିଜ୍ଞ ନେତା ଥିଲେ। କିନ୍ତୁ ହଠାତ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

 

 

Get real time updates directly on you device, subscribe now.