fbpx

ବି-ଟାଉନର ସବୁଠାରୁ ଧନୀ ଷ୍ଟାରକିଡ୍ ହେବେ ରାହା, ଝିଅକୁ ରଣବୀର ଦେବେ ଏହି ବଡ ଉପହାର

ନୂଆଦିଲ୍ଲୀ:ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ କନ୍ୟା ରାହା ଜନ୍ମ ହେଉ ହେଉ ପାଲଟିଯାଇଛନ୍ତି ଷ୍ଟାର । ରାହାଙ୍କ କ୍ୟୁଟନେସ୍ ସମସ୍ତଙ୍କୁ ଆକର୍ଷିତ କରିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ କପୁର ବଂଶର ଲାଡ୍‌ଲୀ ରାହା ଷ୍ଟାର ହେବା ପରେ ସବୁଠାରୁ ଧନୀ ଷ୍ଟାର କିଡ୍ ପାଲଟିଯିବେ ।

ରଣବୀର ଓ ଆଲିଆ ବାନ୍ଦ୍ରାରେ ନିଜ ଡ୍ରିମ୍ ହାଉସ୍ ନିର୍ମାଣ କରୁଛନ୍ତି । ଗତ ଏକ ବର୍ଷ ଧରି ଏହି ଘରର ନିର୍ମାଣ କାମ ଜାରି ରହିଛି । ତେବେ ଏହି ଘରକୁ ରଣବୀର ନିଜ କନ୍ୟା ରାହାଙ୍କ ନାମରେ କରିବାକୁ ଚାହୁଁଛନ୍ତି । ଏହି ଡ୍ରିମ୍ ହାଉସ୍ ନିର୍ମାଣରେ ଆଲିଆ ଓ ରଣବୀର ମିଳିତ ଭାବରେ ନିଜର ସମସ୍ତ ପରିଶ୍ରମର ଅର୍ଥ ନିବେଶ କରିଛନ୍ତି । ଏହି ବଙ୍ଗଳା ନିର୍ମାଣରେ ୨୫୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଘର ଶାହରୁଖଙ୍କ ‘ମନ୍ନତ’ ଓ ଅମିତାଭଙ୍କ ‘ଜଲସା’ ତୁଳନାରେ ସବୁଠାରୁ ମହଙ୍ଗା ଘର ହେବ ।

ରଣବୀର ରାହାକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି । ନିଜ କନ୍ୟାର ନାମ ଅନୁଯାୟୀ ସେ ଏହି ବଙ୍ଗଳାର ନାମ ରଖିବେ । ଏହା ହେବା ପରେ ରାହା ବି-ଟାଉନର ସବୁଠାରୁ ଧନୀ ଷ୍ଟାରକିଡ୍ ପାଲଟିଯିବେ । ରଣବୀରଙ୍କ ଏହି ନୂଆ ବଙ୍ଗଳାରେ ପୁରା କପୁର ଖାନଦାନ ଏକାଠି ରହିବେ । ଏହି ବଙ୍ଗଳା ବ୍ୟତିତ ରଣବୀର-ଆଲିଆଙ୍କର ବାନ୍ଦ୍ରାରେ ୪ ଫ୍ଲାଟ୍ ରହିଛି ଯାହାର ମୂଲ୍ୟ ୬୦ କୋଟିରୁ ଅଧିକ ।

Get real time updates directly on you device, subscribe now.