fbpx

SBI ଗ୍ରାହକଙ୍କୁ ବଡ଼ ଝଟକା; ବୃଦ୍ଧି ପାଇବ କ୍ରେଡିଟ୍ କାର୍ଡ଼ର ବାର୍ଷିକ Maintenance Charge

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାବେ ପରିଚିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI ) । ଅଧିକାଂଶ ଲୋକମାନେ SBI ବ୍ୟାଙ୍କରେ ନିଜ ଖାତା ଖୋଲିଥାନ୍ତି ଏବଂ SBI ଡେବିଟ୍ କାର୍ଡର ବ୍ୟବହାର ମଧ୍ୟ କରିଥାନ୍ତି । ବର୍ତ୍ତମାନ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି । ଏପ୍ରିଲ ୧ରୁ SBI ଡେବିଟ୍ କାର୍ଡର ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ(Annual Maintenance Charge)ରେ ବୃଦ୍ଧି କରିବାକୁ ଯାଉଛି । ଏହା ସହ କ୍ରେଡିଟ୍ କାର୍ଡ଼ ନିୟମରେ ମଧ୍ୟ କିଛିଟା ସଂଶୋଧନ କରାଯିବ ଯଦ୍ୱାରା କାର୍ଡ଼ଧାରୀମାନେ ରେଟ୍ ପେମେଣ୍ଟ ଉପରେ ରିୱାର୍ଡ଼ ପଏଣ୍ଟର ଲାଭରୁ ବଞ୍ଚିତ ହେବେ ।

SBI କ୍ଲାସିକ୍, ସିଲଭର, ଗ୍ଲୋବାଲ, କଣ୍ଟାକ୍ଟଲେସ୍ ଡେବିଟ୍ କାର୍ଡ଼ ମାମଲାରେ ଗ୍ରାହକଙ୍କୁ ରକ୍ଷଣାବେକ୍ଷଣ ଚାର୍ଜ ବାବଦକୁ ୨୦୦ ଟଙ୍କା + ଜିଏସଟି ଦେବାକୁ ପଡ଼ିବ । ବର୍ତ୍ତମାନ ଏହି ଚାର୍ଜ ୧୨୫ ଟଙ୍କା + ଜିଏସଟି ରହିଛି । ସେହିପରି ଯୁବା/ଗୋଲ୍ଡ/କମ୍ବୋ ଡେବିଟ୍ କାର୍ଡ଼ ମାୟ କାର୍ଡ଼(ଇମେଜ କାର୍ଡ଼) ମାମଲାରେ ୧୭୫ ଟଙ୍କା ପରିବର୍ତ୍ତେ ୨୫୦ ଟଙ୍କାର ଚାର୍ଜ ଲାଗିବ । SBI ପ୍ଲାଟିନମ୍ ଡେବିଟ୍ କାର୍ଡ଼ ଉପରେ ୨୫୦ ଟଙ୍କା ପରିବର୍ତ୍ତେ ୩୨୫ ଟଙ୍କା ଚାର୍ଜ ଲାଗିବ । ପ୍ରାଇଡ୍ ଏବଂ ପ୍ରିମିୟମ ଡେବିଟ୍ କାର୍ଡ଼ ପାଇଁ ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ୩୫୦ଟଙ୍କାରୁ ବୃଦ୍ଧି ପାଇ ୪୨୫ ଟଙ୍କା ହୋଇଯାଇଛି । ଅପରପକ୍ଷରେ SBI କ୍ରେଡିଟ୍ କାର୍ଡ଼ଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିବ । ବର୍ତ୍ତମାନ କ୍ରେଡିଟ୍ କାର୍ଡ଼ରୁ ରେଟ୍ ପେମେଣ୍ଟ କରିବା ଉପରେ କୌଣସି ରିୱାର୍ଡ଼ ପଏଣ୍ଟର ଲାଭ ମିଳିବ ନାହିଁ । SBI କାର୍ଡ଼ ଅନୁସାରେ ପ୍ରଭାବିତ କାର୍ଡ଼ ଉପରେ ରେଟ୍ ପେମେଣ୍ଟରୁ ଜମା ହୋଇଥିବା ରିୱାର୍ଡ଼ ପଏଣ୍ଟ ଏପ୍ରିଲ ୧୫ ପରେ ଏକ୍ସପାୟାର ହୋଇଯିବ । ତେଣୁ ଏହି ରିୱୋର୍ଡ଼ ପଏଣ୍ଟ ଶେଷ ହେବା ପୂର୍ବରୁ ବ୍ୟବହାର କରିଦିଅନ୍ତୁ ।

Get real time updates directly on you device, subscribe now.