fbpx

(Video)ନିର୍ବାଚନୀ ଚିହ୍ନକୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ଏହି ପ୍ରାର୍ଥୀ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ଭୂପତିରାଜୁ ଶ୍ରୀନିବାସ ବର୍ମା ବିଜେପିରେ ଗତ ୩୦ ବର୍ଷ ଧରି କାମ କରୁଛନ୍ତି । ଚଳିତ ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ତାଙ୍କୁ ଆନ୍ଧ୍ରପ୍ରଦେଶ ନରସାପୁରମ୍‌ରୁ ଲୋକସଭା ଟିକେଟ ମିଳିଛି । ଟିକେଟ୍ ମିଳିବା ପରେ ସେ ବେଶ୍ ଭାବୁକ ହୋଇପଡି ନିର୍ବାଚନୀ ଚିହ୍ନକୁ ସାଷ୍ଟାଙ୍ଗ ଦଣ୍ଡବତ କରିଛନ୍ତି ।

ଚଳିତ ଲୋକସଭା ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ନିଜର ମଜଭୁତ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ଆନ୍ଧ୍ରପ୍ରଦେଶରୁ ଏକ ଅଭିନବ ଚିତ୍ର ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ବିଜେପିର ଜଣେ ନେତାଙ୍କୁ ଚଳିତ ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ମିଳିବା ପରେ ସେ ବେଶ୍ ଭାବୁକ ହୋଇପଡିଥିଲେ ଓ ନିର୍ବାଚନ ଚିହ୍ନକୁ ଦଣ୍ଡବତ ପ୍ରଣାମ କରିବାରେ ଲାଗିଗଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ଆନ୍ଧ୍ରପ୍ରଦେଶ ନରସାପୁରମ୍‌ରୁ ବିଜେପି ନେତା ଭୂପତିରାଜୁ ଶ୍ରୀନିବାସ ବର୍ମାଙ୍କୁ ଲୋକସଭା ଟିକେଟ୍ ମିଳିଛି । ଭୂପତିରାଜୁ ବିଜେପି, ଟିଡିପି ଓ ଜନସେନାର ମିଳିତ ପ୍ରାର୍ଥୀ ଅଟନ୍ତି । ସେ ଗତ ୩୦ ବର୍ଷ ଧରି ବିଜେପିରେ କାମ କରି ଆସୁଛନ୍ତି ଓ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ବିଜେପି ରାଜ୍ୟ ସଚିବ ଅଛନ୍ତି । ତେବେ ଭୂପତିରାଜୁ ଏକ୍ସରେ ନିଜର ଭିଡିଓ ସେୟାର କରି ଲେଖିଛନ୍ତି, ‘ମୋ ଜୀବନ ପଦ୍ମ ପାଇଁ ସମର୍ପିତ । ଏହି ମାନ୍ୟତା ୩୦ ବର୍ଷର କଠୋର ପରିଶ୍ରମର ଫଳ ।’

Get real time updates directly on you device, subscribe now.